fbpx

ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହେଲା ୯ଟି ଲେମ୍ବୁ, ଜାଣନ୍ତୁ ରହସ୍ୟ ବିଷୟରେ..

ନୂଆଦିଲ୍ଲୀ: ତାମିଲନାଡୁର ମନ୍ଦିର ଭବ୍ୟ, ସୁନ୍ଦରତା ଏବଂ ସମ୍ପନ୍ନତା ପାଇଁ ସାରା ଦୁନିଆରେ ପ୍ରସିଦ୍ଧ । ଏଠାରେ ଅନେକ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ । ଆଜ୍ଞା ହଁ, ତାମିଲନାଡୁର ଏକ ପ୍ରସିଦ୍ଧ ମନ୍ଦିର ବିଲ୍ଲୁପୁରମ ମନ୍ଦିର । ଏହି ମନ୍ଦିରର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ପଙ୍ଗୁନୀ ଅଥିରମ ପୂଜା ଉତ୍ସବ ସଂପର୍ଣ୍ଣ ହୋଇଛି । ଚର୍ଚ୍ଚା ଏହି ବିଷୟରେ ହେଉଛି ଯେ, ଏଠାରେ ୨.୩ ଲକ୍ଷ ଟଙ୍କାରେ ୯ଟି ଲେମ୍ବୁ ନିଲାମ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ଲେମ୍ବୁର ଚାହିଦା ବିଷୟରେ..

ବିଲ୍ଲୁପୁରମ ମନ୍ଦିରରେ ପ୍ରତି ବର୍ଷ ପଙ୍ଗୁନୀ ଅଥିରମ ଉତ୍ସବ ପାଳନ ହୁଏ । ଏହା ଅନେକ ବର୍ଷରୁ ପାଳନ ହେବାର ପରମ୍ପରା ରହିଛି । ଏହି ଉତ୍ସବର ଶେଷ ଦିନ ପୂଜାରେ ଉପଯୋଗ ହୋଇଥିବା ଲେମ୍ବୁର ନିଲାମ କରାଯାଏ । ଏଥର ଏହି ମନ୍ଦିରର ୯ଟି ଲେମ୍ବୁ ୨.୩ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ଏହି ଲେମ୍ବୁ ଦେବତାଙ୍କ ତ୍ରୀଶୁଳରେ ଲଗାଯାଇଥିଲା । ଏହି ଲେମ୍ବୁକୁ ନେଇ ମାନ୍ୟତା ରହିଛି ଯେ, ଏହି ଲେମ୍ବୁରୁ ପ୍ରସ୍ତୁତ ଲେମ୍ବୁ ପାଣି ସେବନ କଲେ ବନ୍ଧ୍ୟାକରଣ ଦୂର ହୋଇଯାଏ । ଏଥିସହ ପରିବାରରେ ସୁଖ ସମୃଦ୍ଧି ଆସିଥାଏ । ଏଥିରେ ନିଃସନ୍ତାନ ଦମ୍ପତ୍ତି ଏହି ଲେମ୍ବୁକୁ କିଣିବା ଲାଗି ଅନେକ ଟଙ୍କା ଖର୍ଚ୍ଚ କରିଥାଆନ୍ତି । ଲୋକେ ବିଶ୍ୱାସ କରନ୍ତି ଯେ, ଏହି ଲେମ୍ବୁରେ ଅନେକ ଶକ୍ତି ରହିଥାଏ ।

ଏହି ପବିତ୍ର ଲେମ୍ବୁର ନିଲାମ ଭିନ୍ନ ଶୈଳୀରେ ହୋଇଥାଏ । ଏହା ଉତ୍ସବ ସହ ଜଡ଼ିତ ବିଭିନ୍ନ ଅନୁଷ୍ଠାନର ସଂଚାଳନ କରିବା ପରେ ମନ୍ଦିରର ପୂଜାରୀ କୀଲ-ଜଡିତ ମଞ୍ଚ ଉପରେ ଠିଆ ହୋଇ ଏହି ଲେମ୍ବୁର ନିଲାମ କରନ୍ତି । ତଳେ ବସିଥିବା ଲୋକେ ବଡ଼ ସଂଖ୍ୟାରେ ଲେମ୍ବୁ କିଣିବା ଲାଗି ନିଲାମ ବୋଲି ଡାକନ୍ତି । ୯ ଦିନର ଉତ୍ସବ ରେ ପୂଜାରୀ ସେହି ଲେମ୍ବୁର ଭଲ ଭାବେ ପୂଜା କରନ୍ତି । ତେବେ ପ୍ରଥମ ଦିନର ଲେମ୍ବୁ ସବୁଠାରୁ ଶକ୍ତିଶାଳୀ ଅଟେ ।

ଏଥର କୁଲଥୁର ଗାଁରେ ଏକ ଯୋଡି ୫୦,୫୦୦ ଟଙ୍କାରେ ପ୍ରଥମ ଦିନର ଲେମ୍ବୁ କିଣିଛନ୍ତି । ସେହିଭଳିି ୯ଟି ଲେମ୍ବୁ ସମୁଦାୟ, ୨,୩୬,୧୦୦ ଟଙ୍କାରେ ନିଲାମ ହୋଇଛନ୍ତି ।

Get real time updates directly on you device, subscribe now.