fbpx
BSKY SKY
BSKY SKY

ବଡ ପରଦାରେ କମେଡି କିଙ୍ଗ୍ ଙ୍କ ସହ ନଜର ଆସିବେ କଟକର ଶିଶୁ କଳାକାର ପ୍ରଜ୍ୱଳ ସାହୁ

BSKY

ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଫିଲ୍ମ ଜ୍ୱିଗାଟୋ ଆସନ୍ତାକାଲି ରିଲିଜ୍ ହେବ । କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ ଓଡିଶା ସହ ଏକ ନିଆରା ସମ୍ପର୍କ ରହିଛି । ଖାସ୍ କରି କଟକ ଓ ଭୁବନେଶ୍ୱରର ସହ ସମ୍ପର୍କ ମଜବୁତ୍ । ଏହି ଫିଲ୍ମଟି ଭୁବନେଶ୍ୱରରେ ସୁଟିଂ ହୋଇଥିବା ବେଳେ କଟକ ଶିଶୁ କଳାକାର ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଅର୍ଥାତ୍ ବଡ ପରଦାରେ କପିଲ ଶର୍ମାଙ୍କ ସହ ଓଡିଆ ପୁଅ ପ୍ରଜ୍ୱଳ ସାହୁଙ୍କୁ ଦେଖିବାକୁ ମିଳିବ । ଏହାର ତାଙ୍କର ପ୍ରଥମ, ଏହି ଫିଲ୍ମ ମାଧ୍ୟରେ ପ୍ରକ୍ୱଳ ସାହୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏଥିରେ ସେ କପିଲଙ୍କ ପୁଅ ଭୂମିକାରେ ନଜର ଆସିବେ । ଯିଏ ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ଜଣେ ପୁଡ୍ ଡେଲିଭରିଙ୍କ ପୁଅ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ କପିଲ ଜଣେ ପୁଡ୍ ଡେଲିଭର ବଏ ହୋଇଛନ୍ତି । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶହାନା ଗୋସାମ୍ବାୀ ଅଭିନୟ କରିଛନ୍ତି । କରୋନା ମହାମାରୀ ସମୟରେ ଜଣେ ପୁଡ୍ ଡେଲିଭରୀଙ୍କ କଷ୍ଟ କିଭଳି ଥିଲା ଏବଂ ଅଧିକ କିଛି ରୋଜଗାର କରିବା ଆଶାରେ ପିଲା ଓ ପରିବାରକୁ ସମୟ ଦେଇପାରୁନଥିବା ଜଣେ ଅସହାୟ ବାପାର କରୁଣ କାହାଣୀ ଏହ ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି । ନନ୍ଦୀତା ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ।

ପ୍ରଜ୍ୱଳ ସାହୁଙ୍କ ପରିବାର ଉଦ୍ୟୋଗପତି ହୋଇଥିବା ବେଳେ ସେମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ନିଜେ ପ୍ରଜ୍ୱଳ ଏବଂ ତାଙ୍କ ସାଙ୍ଗମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଫିଲ୍ମକୁ ନେଇ ଅନେକ ମାତ୍ରାରେ ଉତ୍ସାହିତ ଅଛନ୍ତି ।

Get real time updates directly on you device, subscribe now.