fbpx

ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା: ପିଭି ସିନ୍ଧୁଙ୍କ ଠାରୁ ନିଶ୍ଚିତ ପଦକ ଆଶା

ନୂଆଦିଲ୍ଲୀ: ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଭାରତ ପାଇଁ ପୁଣି ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ପୂର୍ଣ୍ଣ ଭରସା ରହିଛି । କାରଣ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସିନ୍ଧୁ ସିଙ୍ଗଲ୍ସରେ ରୌପ୍ୟ ଓ ମିକ୍ସଡ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରି ଥିଲେ । ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ସେହିପରି ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡା ସିଙ୍ଗଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଥିଲେ । ନିକଟରେ ଅନୁଷ୍ଠିତ ସିଙ୍ଗାପୁର ଓପନ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତିଛନ୍ତି ।

ଏସିଆନ ଗେମ୍ସରେ ମଧ୍ୟ ସିନ୍ଧୁଙ୍କ ସଫଳତା ଉଲ୍ଲେଖନୀୟ । ସେ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସ ସିଙ୍ଗଲ୍ସରେ ରୌପ୍ୟ ଓ ୨୦୧୪ ଇଞ୍ଚେନ ଏସିଆନ ଗେମ୍ସ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ପାଇଥିଲେ । ଏହା ବ୍ୟତିତ ୨୦୧୬ ରିଓ ଅଲିମ୍ପିକ୍ସ ସିଙ୍ଗଲ୍ସରେ ରୌପ୍ୟ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସର ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଅକ୍ତିଆର କରି ଥିଲେ । ସେହି ରି ୨୦୧୯ ବିଶ୍ୱ ଚାମ୍ପିଅନଶିପରେ ସିଙ୍ଗଲ୍ସ ସ୍ୱର୍ଣ୍ଣ ପଦକ ,୨୦୧୮ରେ ରୌପ୍ୟ , ୨୦୧୭ ବିଶ୍ୱ ଚାମ୍ପିଅନଶିରେ ବ୍ରୋଞ୍ଜ ଓ ୨୦୧୩ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେଣୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ପିଭି ସିନ୍ଧୁଙ୍କ ଠାରୁ ନିଶ୍ଚିତ ପଦକ ଆଶା କରା ଯାଉଛି ।

Get real time updates directly on you device, subscribe now.