fbpx

ଘୂର୍ଣ୍ଣିଝଡ ବିପର୍ଯ୍ୟୟ ସାରା ଦେଶରେ ମୌସୁମୀର ଆଗମନ ଉପରେ ପକାଇଛି ପ୍ରଭାବ, ଆଗକୁ କ’ଣ ରହିବ ସ୍ଥିତି

ନୂଆଦିଲ୍ଲୀ:ଯେଉଁ ସମୟରେ ଭାରତ ମୌସୁମୀର ଆଗମନକୁ ଚାହିଁ ବସିଛି ସେହି ସମୟରେ ଆରବ ସାଗରରେ ସକ୍ରିୟ ପ୍ରଣାଳୀ, ବଙ୍ଗୋପସାଗରରେ କିଛି ଦୂର୍ବଳ ସ୍ଥିତି ଓ ଘୂର୍ଣ୍ଣିଝଡ ବିପର୍ଯ୍ୟୟର ସକ୍ରିୟ ରୂପ ସ୍ଥିତିକୁ ଜଟିଳ କରି ଦେଉଛି । ଏପରିକି କିଛି ଦିନ ତଳେ ବଙ୍ଗୋପସାଗର ଉପକୂଳରେ ଏକ ନିମ୍ନ ଚାପ ବିଶିଷ୍ଟ ଘୂର୍ଣ୍ଣିଝଡ ବି ସକ୍ରିୟ ଥିଲା ଯାହାର ପ୍ରଭାବରେ ପୂର୍ବୋତ୍ତର କ୍ଷେତ୍ରରେ ଭୀଷଣ ବର୍ଷା ବି ହୋଇଥିଲା । ଏହି ପ୍ରଣାଳୀ ପୂର୍ବ ଓ ପଶ୍ଚିମରେ ନାଟକୀୟ ମୌସୁମୀ ପରିବର୍ତ୍ତନର କାରଣ ପାଲଟିଛି । ଏବେ ବଡ ପ୍ରଶ୍ନ ଉଠିଛି ମୌସୁମୀର ସ୍ଥିତି କଣ ରହିବ । ଘୂର୍ଣ୍ଣିଝଡ ବିପର୍ଯ୍ୟୟ ପୂର୍ବରୁ ସାରା ଦେଶର ମୌସୁମୀର ଆଗମନ ଉପରେ ବେଶ୍ ପ୍ରଭାବ ପକାଇଛି ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଘୂର୍ଣ୍ଣିଝଡ ବିପର୍ଯ୍ୟୟ ଯେତେଯେତେ ଆଗକୁ ବଢୁଛି ଏହା ସେତେ ସେତେ ମୌସୁମୀକୁ ପ୍ରଭାବିତ କରିବାରେ ଲାଗିଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ଉପମହାନିର୍ଦ୍ଦେଶକ ବିପି ଯାଦବ କହିଛନ୍ତି ଘୂର୍ଣ୍ଣିଝଡ ବିପର୍ଯ୍ୟୟ ସମସ୍ତ ଆର୍ଦ୍ରତାକୁ ଶୋଷି ନେଇଛି । ଏହି କାରଣରୁ ଏହି ଆର୍ଦ୍ର ଜଳବାୟୁ ଆରବ ସାଗରରୁ କେରଳ, କର୍ଣ୍ଣାଟକ ଓ ଅନ୍ୟ ତଟୀୟ କ୍ଷେତ୍ରକୁ ଯାଉନାହିଁ । ସେ କହିଛନ୍ତି କେରଳରେ ମୌସୁମୀର ଆରମ୍ଭ ବେଶ୍ ମଜଭୁତ ହୋଇଥାଏ । ତେବେ କେରଳରେ ମୌସୁମୀ ୮ ଦିନ ବିଳମ୍ବରେ ଆସିଥିବା ବେଳେ ଓ ଆସିବା ପରେ ବି ଏହାର ଗତି ବହୁତ ଧୀମା ରହିଛି । ପଶ୍ଚିମ ତଟରେ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି କାରଣରୁ ଏପରି ଘଟିଛି ବୋଲି କୁହାଯାଉଛି ।

ଯେତେବେଳେ ମୌସୁମୀ ପ୍ରଣାଳୀ କେରଳ ଓ ଏହାର ଆଖପାଖରେ ଆରମ୍ଭ ହେବାକୁ ଲାଗେ ସେତେବେଳେ ଆରବ ସାଗରରେ ଚକ୍ରବାତ ବା ଘୁର୍ଣ୍ଣିଝଡ ସୃଷ୍ଟି ହୋଇଥାଏ । ଏହା ମୁଖ୍ୟ ମୌସୁମୀ ପ୍ରକ୍ରିୟାକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିଥାଏ । ଏହା ଏକ ପଶ୍ଚିମା ବାୟୁ ପ୍ରଣାଳୀ ସୃଷ୍ଟି କରିଥାଏ ଯାହା ମୌସୁମୀକୁ ଏହାର ମୁଖ୍ୟ ସ୍ଥାନରେ ପହଞ୍ଚିବା ଦିଗରେ ବାଧା ସୃଷ୍ଟି କରିଥାଏ । ଘୂର୍ଣ୍ଣିଝଡ ବିପର୍ଯ୍ୟୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଏପରି ହୋଇଛି । ଏହା କେରଳ, ତାମିଲନାଡୁୂ, କର୍ଣ୍ଣାଟକ ଓ ତଟୀୟ କ୍ଷେତ୍ରରେ ମୌସୁମୀର ଆଗମନରେ ବାଧକ ସାଜିଛି । ଘୂର୍ଣ୍ଣିଝଡ ବିପର୍ଯ୍ୟୟ କାରଣରୁୁ ସାରା ଦେଶରେ ଏବେ ପଶ୍ଚିମା ପବନ ବହୁଛି ଯାହା ମୌସୁମୀର ଆଗମନରେ ବାଧକ ସାଜିଛି ।

Get real time updates directly on you device, subscribe now.