fbpx
BSKY
BJD MC SKY
BJD MS SKY

ଆଜି ଭୟଙ୍କର ରୂପ ନେଉଛି ସାଇକ୍ଲୋନ୍ ‘ବିପର୍ଯ୍ୟୟ’ , ଆଉ ମାତ୍ର ୬ ଘଣ୍ଟା ପରେ ତାଣ୍ଡବ ରଚିବ – ଆଲର୍ଟ ଜାରି କଲା ଆଇଏମଡି

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଦ୍ରୁତ ଗତିରେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ମାଡି ଆସୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟାରେ ଗୋଆ ଉପକୂଳଠାରୁ ପ୍ରାୟ ୯୦୦ କିଲୋମିଟର ଦୂରରେ ଆରବ ସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ପୂର୍ବ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରରେ କେନ୍ଦ୍ରୀତ ଏହି ଘୂର୍ଣ୍ଣିବଳୟ ଝଡ଼ ଦ୍ରୁତ ବେଗରେ ଗତି କରୁଛି। ପାଣିପାଗ ବିଭାଗ ଅନୁଯାୟୀ ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ  ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ସମୁଦ୍ର ମଧ୍ୟରେ ବା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୮୦-୯୦ କିଲୋମିଟରରୁ ବା ୧୦୦ କିଲୋମିଟର ବେଗରେ ପବନର ଗତି ରହିଛି । ବୁଧବାର ସନ୍ଧ୍ୟା ଠାରୁ ପବନର ବେଗ ବଢିବ । ଘଣ୍ଟା ପ୍ରତି ୧୦୫-୧୧୫ କିଲୋମିଟର କିମ୍ବା କେତେକ ସ୍ଥାନରେ ୧୨୫ କିଲୋମିଟରକୁ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ସାଇକ୍ଲୋନନ୍ ବିପର୍ଯ୍ୟୟ କାରଣରୁ, ଜୁନ୍ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ କେରଳ-କର୍ଣ୍ଣାଟକ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଲକ୍ଷ୍ମୀଦୀପ-ମାଲଦ୍ୱୀପର ନିକଟବର୍ତ୍ତୀ ଅଞ୍ଚଳ କୋଙ୍କଣ-ଗୋଆ-ମହାରାଷ୍ଟ୍ରର ସମୁଦରେ ଉଚ୍ଚ ଜୁଆର ଆସିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହାପୂର୍ବରୁ ସୋମବାର ଦିନ ପାଣିପାଗ ବିଭାଗ କହିଥିଲା ଯେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଏକ ନିମ୍ନ ଚାପ ଅଞ୍ଚଳ ଗଠନ ହୋଇଛି । ଯାହାର ସିଧାସଳଖ ପ୍ରଭାବ କେରଳ ଛୁଇଁବାକୁ ଥଇବା ମୌସୁମୀ ଉପରେ ପଡିବ ।

୮ ଜୁନ୍: ସନ୍ଧ୍ୟା ଠାରୁ ପବନର ବେଗ ୧୧୫-୧୨୫ କିଲୋମିଟର ରହିବ । ଏହି ବେଗ ୧୪୦ କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି । ଗୋଆ-ମହାରାଷ୍ଟ୍ର ର ଉପକୂଳବର୍ତ୍ତୀ ଓ କର୍ଣ୍ଣାଟକରେ କିଛି ଅଞ୍ଚଳକୁ ପ୍ରଭାବିତ କରିବ ।

୯ ଜୁନ୍: ପବନର ବେଗ ୧୩୫-୧୪୫ କିମି ରହିବ । ସନ୍ଧ୍ୟା ଠାରୁ ୧୬୦ କିମିରେ ପବନର ବେଗ ବୃଦ୍ଧି ପାଇପାରେ ।

୧୦ ଜୁନ୍: କେନ୍ଦ୍ରୀୟ ଆରବ ସାଗରରେ ପବନର ବେଗ ୧୪୫-୧୫୫ କିଲୋମିଟର ରୁ ୧୭୦ କିଲୋମିଟର ରହିପାରେ । ଦକ୍ଷିଣ ଆରବ ସାଗରର ସଂଲଗ୍ନ ଅଞ୍ଚଳ ଏବଂ ଉତ୍ତର କର୍ଣ୍ଣାଟକ-ଗୋଆ-ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ପ୍ରଭାବିତ କରିବ ।

Get real time updates directly on you device, subscribe now.