fbpx

ସୋସିଆଲ ମିଡିଆରୁ ହଟିବ ‘Like’ ବଟନ୍! ଆସିବ ନୂଆ ବିକଳ୍ପ, ଦର୍ଶାଇବ ପୋଷ୍ଟର ସତ୍ୟତା

ନୂଆଦିଲ୍ଲୀ: ସୋସିଆଲ ମିଡିଆର ପ୍ରତିଟି ପ୍ଲାଟଫର୍ମରେ ‘ଲାଇକ’ ବଟନ୍ ବ୍ୟବହାର ତ ଆପଣମାନେ ଜାଣିଥିବେ । କୌଣସି ପୋଷ୍ଟ ପସନ୍ଦ ଆସିଲେ ପୋଷ୍ଟଟିକୁ ପ୍ରଶଂସା ରୂପକ ଏହାକୁ ଲାଇକ୍ କରାଯାଏ । କିନ୍ତୁ ଏବେ ଜାଣିବାକୁ ମିଳିଛି ଯେ, ଖୁବଶୀଘ୍ର ଏହି ‘ଲାଇକ୍’ ସୋସିଆଲ ମିଡିଆରୁ ଗାଏବ ହୋଇ ଯାଇପାରେ । ‘ଲାଇକ୍’ ବଟନ୍ କୁ ରିପ୍ଲେସ କରିବା ପାଇଁ ଆଉ ୨ଟି ବିକଳ୍ପ ସୋସିଆଲ ମିଡିଆରେ ଅଣା ଯାଇପାରେ ବୋଲି ଅନୁମାନ କରାଯାଉଛି । ଯାହା ପୋଷ୍ଟଗୁଡିକର ସତ୍ୟତା ଏବଂ ଗୁରୁତ୍ୱ ବୁଝାଇବ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଭିନ୍ନ ପୋଷ୍ଟକୁ ଅଧିକାଂଶ ଲୋକ ଲାଇକ୍ କରି ଦିଅନ୍ତି । ଯାହାଦ୍ୱାରା ପେଷ୍ଟ ଖୁବ କମ୍ ସମୟ ମଧ୍ୟରେ ସାରା ବିଶ୍ୱରେ ବ୍ୟାପିଯାଏ । ତେବେ ଏହି ପୋଷ୍ଟ ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ଖବର ରହିଥାଏ, ଏବଂ ଏହାସହିତ କିଛି ଭୁଲ ବା ମିଥ୍ୟା ଗୁଜବ ମଧ୍ୟ ଭାଇରାଲ ହୋଇଯାଏ । ଏସବୁ ଅଧିକାଂଶ ସମୟରେ ବିଭିନ୍ନ ସମସ୍ୟାର କାରଣ ପାଲଟିଥାଏ । ତେଣୁ ଏହାକୁ ରୋକିବା ପାଇଁ ଏଭଳି ଏକ ଦାବି କରିଛି ‘ୟୁନିଭର୍ସିଟି କଲେଜ ଲଣ୍ଡନ’ । ସୋସିଆଲ ମିଡିଆ ପ୍ଲାଟଫର୍ମରୁ ‘ଲାଇକ୍’ ବଟନକୁ ହଟାଇ ‘ଟ୍ରଷ୍ଟ/ଡିସଟ୍ରଷ୍ଟ’ ଭଳି ଏକ ବିକଳ୍ପକୁ ସ୍ଥାନ ଦେବା ଆବଶ୍ୟକ । ଏହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଖବର ବା ଘଟଣା ଏବଂ ମିଥ୍ୟା ଗୁଜବ ପୃଥକ ପୃଥକ ହୋଇପାରିବ । ଫଳରେ ୟୁଜରମାନେ ସଠିକ ସମୟରେ ସଠିକ୍ ତଥ୍ୟ ପାଇବା ସହଜ ହୋଇପାରିବ ।

କିଛି ଲୋକ ସମସ୍ତ ପୋଷ୍ଟକୁ ଲାଇକ୍ କରିବା ପାଇଁ ପସନ୍ଦ କରନ୍ତି । ପୋଷ୍ଟର ସତ୍ୟତା ବିଷୟରେ ନ ଜାଣି ମଧ୍ୟ ଏହାକୁ ସେୟାର କରି ଦେଇଥାନ୍ତି । ତେଣୁ ସତ୍ୟ ଖବର ସହ ମିଥ୍ୟା ଗୁଜବ ମଧ୍ୟ ଭାଇରାଲ ହୋଇ ଯାଇଥାଏ । ତେବେ ‘ଟ୍ରଷ୍ଟ/ଡିସଟ୍ରଷ୍ଟ’ ବଟନ୍ ରହିଲେ ସତ୍ୟ ଖବର ପାଇଁ ୟୁଜର ଟ୍ରଷ୍ଟ ବଟନ୍ ଉପରେ କ୍ଲିକ କରିବେ ଏବଂ ମିଥ୍ୟା ଗୁଜବକୁ ଡିସଟ୍ରଷ୍ଟ ବୋଲି ମନ୍ତବ୍ୟ ଦେଇ ଏହାକୁ ଭାଇରାଲ ହେବାରୁ ରୋକାଯାଇ ପାରିବ । ତେଣୁ ୟୁନିଭର୍ସିଟି କଲେଜ ଲଣ୍ଡନ ତରଫରୁ ଏମିତି ଏକ ଦାବି କରାଯାଇଛି ।

Get real time updates directly on you device, subscribe now.