ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ଦାନା’; 4 ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ, ଟ୍ବିନ ସିଟିରେ ତୁହାକୁ ତୁହା ବର୍ଷା !

ଭୁବନେଶ୍ବର(ଓଡିଶା ଭାସ୍କର): ଅବପାତରେ ପରିଣତ ହେଲା ବାତ୍ୟା ଦାନା । ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଉତ୍ତର ଓଡିଶାରେ ସକ୍ରିୟ ରହିଥିବା କାରଣରୁ ଏହାରି ପ୍ରଭାବରେ ବର୍ଷା ଲାଗି ରହିଥିବା ନେଇ ପାଣିପାଗ ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଏବଂ କେନ୍ଦୁଝରକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହି ଅବପାତ ଆଗାମୀ 12 ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ପ୍ରକାଶଥାଉକି ଗତକାଲି ଦାନା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଥିଲା ।

ସେହପରି ପ୍ରବଳ ବର୍ଷା ନେଇ ଯାଜପୁର, କେନ୍ଦ୍ରପଡ଼ା, ଢ଼େଙ୍କାନାଳ ଓ କଟକ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ରହିଛି । ଯଦି ଦେଖିବା୨୭ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ଟ୍ବିଟ ସିଟିରେ ମଧ୍ୟ 24 ଘଣ୍ଟା ହେବ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି କଟକ ଭୁବନେଶ୍ବର ସ୍ଥିତି ।