fbpx

ଆଜି ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ତେବେ ବାତ୍ୟା ଆଜି ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ । ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରୁ ୩୧୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ବେଳେ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୩୮୦ କିମି ଦୂରରେ ଏହା ରହିଛି । ତେବେ ବାତ୍ୟା ‘ଗୁଲାବ୍’ ୬ ଘଣ୍ଟା ଧରି ୭ କିମି ବେଗରେ ଗତି କରୁଛି । ଆଜି ମଧ୍ୟରାତ୍ରରେ ଦକ୍ଷିଣ ଓଡ଼ିଶାର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ସୂଚନା ମୁତାବକ, ବାତ୍ୟା ‘ଗୁଲାବ’ ଗୋପାଳପୁର-କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁପାରେ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୭୫ରୁ ୯୫ କିମି ରହିବା ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ଉପକୂଳରେ ମଧ୍ୟ ପ୍ରବଳ ବର୍ଷା ହେବା ସହ ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା ରହିଥିବା କୁହାଯାଇଛି ।

Get real time updates directly on you device, subscribe now.