fbpx

BIG BREAKING; ଭୀଷଣ ବାତ୍ୟା ରୂପ ନେଲା ‘ହାମୁନ’

Advertisement

ଓଡିଶା ଭାସ୍କର; ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ଭୀଷଣ ବାତ୍ୟାର ରୂପ ନେଇଛି । ଘନୀଭୂତ ହୋଇ ଏହା ବାତ୍ୟା ‘ହାମୁନ’ ପରିଣତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଥିବା ସୂଚନା ରହିଛି । ଦୀଘା ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା । ସେହିପରି ପାରାଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି । ଅନ୍ୟପଟେ ଖେପୁପରାରୁ ୩୭୦ କିଲୋମିଟର ଦୂରରେ ରହିଥିବା ଜଣାପଡିଛି ।

ତେବେ ଆସନ୍ତାକାଲି ‘ହାମୁନ’ ବାଂଲାଦେଶ ଉପକୂଳ ଛୁଇଁବ । ବାଂଲାଦେଶ ଉପକୂଳର ଖେପୁପଡା–ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା। ମାତ୍ର ସେତିକି ବେଳକୁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇସାରିଥିବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଏହା ଓଡିଶା ଉପକୂଳରୁ ୨ ଶହ କିଲୋମିଟର ଦୂରରେ ସମୁଦ୍ର ଭିତରେ ଗତି କରିବ । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହଛି । ବାତ୍ୟାର ପ୍ରଭାବ ଓଡିଶାରେ ନାହିଁ ବୋଲି ପାଣିପାଗ ବିଭାଗର ଆକଳନ ସତ୍ୱେ ଲୋକଙ୍କ ମନରେ ଛନକା ପଶିଛି । ଯାହାକୁ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୃଷି ଓ ଜଳସଂପଦ ବିଭାଗ ସଚିବଙ୍କୁ ସତର୍କ ରହିବାକୁ ଏଆରସିଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.