ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି!

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏ-ହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ସତର୍କତା ଜାରି ହୋଇଛି। ତେବେ,ଆସନ୍ତୁ ଜାଣିବା ଆଜି କେଉଁ ସ୍ଥାନରେ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ?

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଥିବା ବେଳେ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ୧୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ନେଇ ୟେଲୋ ଆଲର୍ଟ ଜାରି କରିଛି।

ଆଉ ୨୪ ଘଣ୍ଟା ରାଜ୍ୟରେ ଗୁଳୁଗୁଳି ବା ଆନ୍ଦ୍ର ସ୍ଥିତି ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଜିଲ୍ଲା ଗୁଡିକରେ ପୂର୍ବ ଭଳି ଗରମ ଗୁଳୁଗୁଳି ଜାରି ରହିବ। ରବିବାର ଝାରୁସୁଗୁଡା ରେ ତାତି ୪୦ ଡିଗ୍ରୀ ଛୁଇଁଛି।

ଆଜିଠାରୁ ୧୨ ତାରିଖ ଯାଏଁ ବରଗଡ଼, ସୁନ୍ଦରଗଡ, ସମ୍ବଲପୁର,ସୋନପୁର, ବୌଦ୍ଧ, ନୂଆପଡା ଆଦି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପଟେ, ଉପକୂଳ ଅଞ୍ଚଳରେ କାଳବୈଶାଖି ଲାଗି ରହିବା ସହ ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସକାଶେ ତାପମାତ୍ରା ତଳକୁ ଖସିବ ଓ ଗୁଳୁଗୁଳି କମିବ।

ଆଜି ବିଶେଷକରି, ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବ। ସାମ୍ଭାବ୍ୟ ଲଘୁଚାପ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଅଞ୍ଚଳରେ ସୃଷ୍ଟି ହୋଇପାରେ। ଏବଂ ଏହା ଓଡି଼ଶା ଉପକୂଳ ଆଡ଼କୁ ଗତି କରିବ। ଉପକୂଳବର୍ତ୍ତୀ ଅଞ୍ଚଳ ଯଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳୁ ଅତି ପ୍ରବଳ ବର୍ଷା ହେବ।