fbpx

ଦୁର୍ବଳ ହୋଇଯିବ ବାତ୍ୟା ‘ଜୱାଦ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ଜୱାଦ୍ ଦୁର୍ବଳ ହୋଇଯିବ । ପୁରୀରେ ପହଞ୍ଚିଲା ବେଳକୁ ଏହା ଦୁର୍ବଳ ହୋଇଯିବ । ତୀବ୍ର ଅବପାତ ରୂପରେ ପୂରୀର ନିକଟତର ହେବ ଏହି ବାତ୍ୟା । ଗଭୀର ଅବପାତ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ ଜୱାଦ୍ । ତେବେ ଓଡ଼ିଶା ବାସୀଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ନିଶ୍ଚୟ । ପବନର ବେଗ କମି ୫୫ରୁ ୬୫ କିମି ପର୍ଯ୍ୟନ୍ତ ରହିବ । ପରେ ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ ଜୱାଦ୍ । ଏନେଇ ଆଇଏମଡି ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ୍ ଚଳାଚଳ ବାତିଲ କରିଦିଆଯାଇଛି । ଆଜି ଓ ଆସନ୍ତାକାଲି ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳପଥ । ଆଜି ୩୬ଟି ଓ ଆସନ୍ତାକାଲି ୩୮ଟି ଟ୍ରେନ୍ ବାତିଲ । ୬ ତାରିଖରେ ଗୁଣୁପୁର-ପୁରୀ ଏକ୍ସପ୍ରେସ୍ ବାତିଲ ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ ।

Get real time updates directly on you device, subscribe now.