fbpx

ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ‘ନିଭାର’

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ତାମିଲନାଡୁ ଉପକୂଳ ଆଡକୁ ମାଡି ଆସିଛି ବାତ୍ୟା’ନିଭାର’ । ଘଣ୍ଟା ପ୍ରତି ୧୧ କିମି ବେଗରେ ଗତିକରୁଛି ନିଭାର । ପୁଡୁଚେରୀଠାରୁ ୨୫୦ କିମି ଦୂରରେ ରହିଛି ଏହି ବାତ୍ୟା । ଆଗାମୀ ୬ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପନେବ । ତାମିଲନାଡୁ ଓ ପୁଡୁଚେରୀ ଉପକୁଳରେ ଲ୍ୟାଣ୍ଡଫଲ କରିବ ଏହି ନିଭାର । ଓଡିଶା ପ୍ରତି ‘ନିଭାର’ର ସିଧାସଳଖ ବିପଦ ନାହିଁ । ୨୫ ଓ ୨୬ରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.