fbpx

ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ୟଶ’

ଭୁବନେଶ୍ୱର: ଓଡିଶା ମୁହାଁ ବାତ୍ୟା ୟଶ । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ୟଶ’ । ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି ବାତ୍ୟା ୟଶ ବାଲେଶ୍ୱରଠାରୁ ୫୫୦ କିମି ଓ ଦୀଘାଠାରୁ ୫୪୦ କିଲୋମିଟରରେ ଦୂରରେ ରହିଛି । ୧୨ ଘଣ୍ଟାରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବରିଷ୍ଠ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି ଯେ, କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ୟଶ । ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ୱର ପାଖିପାଖି ଲ୍ୟାଣ୍ଡଫଲ କରିବ । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆର ଉଠିବା ନେଇ କୁହାଯାଇଛି । ୨ରୁ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ।। ସମ୍ଭାବନା ରହିଛି ।

Get real time updates directly on you device, subscribe now.