fbpx

(Video) ଭୟଙ୍କର ରୂପ ନେବ ବାତ୍ୟା ‘ୟାଗି’: ପ୍ରବଳ ବର୍ଷା ସହ ଆସିବ ଝଡ଼-ତୋଫାନ, କେଉଁଠି କରିବ ଲାଣ୍ଡଫଲ?

ନୂଆଦିଲ୍ଲୀ: ବାତ୍ୟା ‘ଆସନା’ ପରେ ଏବେ ଗର୍ଜନ କରି ତୀବ୍ର ଗତିରେ ଅଗ୍ରସର ହେଉଛି ବାତ୍ୟା ୟାଗି । ଏହାକୁ ନେଇ ବର୍ତ୍ତମାନ ଲୋକଙ୍କ ମନରେ ଭୟ ଦେଖାଦେଇଛି । ବିଶେଷ କରି ସମୁଦ୍ରକୂଳିଆ ଲୋକଙ୍କୁ ବାତ୍ୟାର ପରିରାମକୁ ନେଇ ଅଧିକ ଭୟ ସୃଷ୍ଟି ହୋଇଛି । ତେବେ ଏହା ଭିତରେ ଏହି ବାତ୍ୟା ସମ୍ପର୍କରେ ବଡ଼ ଅପଡେଟ୍ ଦେଇଛି ପାଣିପାଗ ବିଭାଗ । ବାତ୍ୟା ‘ୟାଗି’ ବର୍ତ୍ତମାନ ଏକ ସୁପର ଟାଇଫୋନରେ ପରିଣତ ହୋଇଛି । ଖୁବଶୀଘ୍ର ସ୍ଥଳଭାଗରେ ଏହା ପ୍ରଳୟ ରଚିବ ବୋଲି ଆଶଙ୍କା କରାଯାଉଛି ।

ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ‘ୟାଗି’ ଆଜି ସ୍ଥଳଭାଗ ଅତିକ୍ରମ କରିବ । ବର୍ତ୍ତମାନ ଏକ ସୁପର ଟାଇଫୋନରେ ପରିଣତ ହୋଇଥିବା ବେଳେ ବାତ୍ୟା ‘ୟାଗି’ ତୀବ୍ର ଗତିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ୟାଗି ହେଉଛି ଏକ ଜାପାନୀ ନାଁ । ଜାପାନର ଲୋକ କଥା ଅନୁଯାୟୀ ଏହା ଏକ ଜୀବର ନାଁ । ଯାହାର ଅଧାଭାଗ ଛେଳି ଏବଂ ଅଧା ମାଛ ଭଳି ଦେଖିବାକୁ । ତେବେ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ଛୁଟି ସାଙ୍ଗକୁ ବିମାନ ମଧ୍ୟ ବାତିଲ୍ କରାଯାଇଛି । ସେହିପରି ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏପଟେ ପ୍ରଶାସନ ମଧ୍ୟ ବାତ୍ୟା ପାଇଁ ସଜାଗ ଥିବା ବେଳେ ଜୋରଦାର ଚାଲିଛି ପ୍ରସ୍ତୁତି । ତଳିଆ ଅଂଚଳର ଲୋକାମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।

ସୂଚନା ଅନୁସାରେ, ଶୁକ୍ରବାର ହୈନାନର କିଓନଘଇଠାରୁ ଗ୍ୱାଙ୍ଗଡୋଙ୍ଗ ପ୍ରାନ୍ତର ଡିଆନବାଇ ଯାଏଁ ଉପକୂଳିଆ ଅଞ୍ଚଳରେ ଆସିବା ନେଇ ଅନୁମାନ କରାଯାଉଛି । ଚୀନର ଦକ୍ଷିଣ ପ୍ରାନ୍ତ ହୈନାନ୍ ଓ ଗ୍ୱାଙ୍ଗଡୋଙ୍ଗ, ଆସୁଥିବା ଏହି ବାତ୍ୟାରୁ ରକ୍ଷା ପାଇବା ପାଇଁ ଅନେକ ପଦକ୍ଷେପ ନେବା ଆରମ୍ଭ କରିଦେଲେଣି । ଚୀନ ପାଣିପାଗ ବିଜ୍ଞାନୀଙ୍କ କହିବା ହିସାବରେ, ଏହା ଶକ୍ତିଶାଳୀ ଝଡର ରୂପ ନେଇସାରିଲାଣି । ୨୦୨୪ ର ବିଶ୍ୱର ଏ ହେଉଛି ଦ୍ୱିତୀୟ ଭୟଙ୍କର ଘୂର୍ଣ୍ଣିଝଡ । ଏହାପ୍ରଭାବରେ ଘଣ୍ଟା ପ୍ରତି ୨୩୦ କି.ମି ବେଗରେ ବହୁଛି ପବନ ।

ଏହା ଗ୍ୱାଙ୍ଗଡୋଙ୍ଗ ନିକଟରେ ଲ୍ୟାଣ୍ଡଫଲ କରିବା ପରେ ୟାଗି ତ୍ର ଭିୟତନାମା ଆଡକୁ ଅଗ୍ରସର ହେବ । ତେବେ ଆସନ୍ତା କାଲି ସୁଦ୍ଧା ୟାଗି ଉତ୍ତର ଭିଏତନାମାରେ ଦ୍ୱିତୀୟ ଥର ପାଇଁ ଲାଣ୍ଡଫଲ କରିବ ବୋଲି ଆକଳନ କରାଯାଇଛି । ୨୦୧୪ ପରେ ଏହା ସବୁଠୁ ଶକ୍ତିଶାଳୀ ଟାଇଫୁନ ହୋଇପାରେ ବୋଲି କୁହାଯାଇଛି । ସେପଟେ ପ୍ରଶାନ୍ତ ମହାସାଗର ଅଶାନ୍ତ ହେଉଥିବା ବେଳେ ଆଗକୁ ଆହୁରି ଘୂର୍ଣ୍ଣିଝଡ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।

Get real time updates directly on you device, subscribe now.