ୟୁପିରୁ ବିହାର-ଝାଡ଼ଖଣ୍ଡ ଯାଏଁ, ‘ଦାନା’ ବଦଳାଇଦେବ ଏହି ରାଜ୍ୟଗୁଡିକର ପାଗ, ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ‘ଦାନା’ର ପ୍ରଭାବ ଦେଖାଯିବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ଅନେକ ସ୍ଥାନରେ ଆଲର୍ଟ ଜାରି କରିଛି। ଦକ୍ଷିଣ ଭାରତ ଏବଂ ଉତ୍ତର-ପୂର୍ବର କିଛି ରାଜ୍ୟରେ ଏପର୍ଯ୍ୟନ୍ତ ମଧ୍ୟ ବର୍ଷା ଜାରି ରହିଛି। ଆଜି ମଧ୍ୟ ଅନେକ ରାଜ୍ୟରେ ବର୍ଷାର ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀରେ ଦିନର ତାପମାତ୍ରା ହ୍ରାସ ହୋଇଛି। ତେବେ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ପଡିବ ବୋଲି ଆକଳନ କରାଯାଇଛି।

ଦିଲ୍ଲୀ-ଏନସିଆରରେ ଦିନର ତାପମାତ୍ରା ଅଳ୍ପ ହ୍ରାସ ଦେଖିବାକୁ ମିଳିବ। ଅନେକ ସ୍ଥାନରେ ଏବେ ବି ଗରମ ଅନୁଭୁତ ହେଉଛି। ବଙ୍ଗୋପସାଗରରେ ବାତ୍ୟା ‘ଦାନା’ ସକ୍ରିୟ ହୋଇ ଉପକୂଳ ଆଉକୁ ମାଡିଆସୁଛି। ପଶ୍ଚିମବଙ୍ଗ ଏବଂ ବିହାର ସମେତ ଅନେକ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପାଣିପାଗ ବିଭାଗ ଆଜି ପଶ୍ଚିମବଙ୍ଗରେ ପ୍ରବଳ ବର୍ଷାର ଆଲର୍ଟ ଜାରି କରିଛି। ବିହାରର କିଛି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ଜାରି କରାଯାଇଛି।

‘ଦାନା’ର ପ୍ରଭାବରେ ୨୪ ଅକ୍ଟୋବରରେ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ଯେଉଁ କାରଣରୁ ତାପମାନରେ ପରିବର୍ତ୍ତନ ହେବ ଏବଂ ଏଥିରେ ଥଣ୍ଡା ମଧ୍ୟ ବଢିପାରେ। ଆଜି ଦକ୍ଷିଣ ଭାରତର କେରଳ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଉତ୍ତର-ପୂର୍ବର କିଛି ରାଜ୍ୟରେ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମିଜୋରାମ, ମଣିପୁର ଏବଂ ତ୍ରିପୁରାରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ପଶ୍ଚିମବଙ୍ଗରେ ଦାନାର ପ୍ରଭାବ ଦେଖିବାକୁ ମିଳିବ। ଏଥିରେ ପ୍ରବଳ ବର୍ଷା ହୋଇପାରେ।