fbpx
BJD SKY
BJD SKY

ସରକାରୀ କର୍ମଚାରୀଙ୍କର ୫ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ସର୍ବାଧିକ ବେସିକ ସାଲାରି ଓ ସର୍ବନିମ୍ନ ବେସିକ ସାଲାରି କେତେ ରହିବ

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଆସନ୍ତା ଜୁଲାଇ ମାସ ୧ ତାରିଖରୁ ବଢ଼ିବାକୁ ଯାଉଛି । ତେବେ ଡିଏ ବୃଦ୍ଧି ହେବା ଫଳରେ ସରକାରୀ ଚାକିରିଆମାନଙ୍କର ବେତନ ମଧ୍ୟ ବୃଦ୍ଧି ପାଇବ । ଯଦି କେନ୍ଦ୍ର ସରକାର ୫ ପ୍ରତିଶତ ଡିଏ ବୃଦ୍ଧି କରନ୍ତି, ତେବେ କର୍ମଚାରୀଙ୍କ ବେତନ୨୭ ହଜାର ବୃଦ୍ଧି ହେବାର ସମ୍ଭାବନା ରହିଛି ।

ସାଧାରଣ ଭାବେ, ଡିଏ ବୃଦ୍ଧି ମୁଖ୍ୟତଃ ଅଲ-ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ (ଏଆଇସିପିଆଇ)ର ଅଙ୍କ ଉପରେ ନିର୍ଭର କରିଥାଏ । ଗତ ମାର୍ଚ୍ଚରେ ଏଆଇସିପିଆଇ ସୂଚକାଙ୍କରେ ଉଚ୍ଛାଲ ରହିଥିଲା । ତେଣୁ ସରକାର ୩ ପ୍ରତିଶତ ବଦଳରେ ୫ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଏହା ଉପରେ କେନ୍ଦ୍ର ସରକାରଙ୍କ ମୋହର ଲାଗେ, ତେବେ ଡିଏ ୨୯ ପ୍ରତିଶତରୁ ବୃଦ୍ଧି ପାଇଁ ୩୪ ପ୍ରତିଶତ ହୋଇଯିବ ।

ସର୍ବାଧିକ ବେସିକ ସାଲାରି: କର୍ମଚାରୀଙ୍କ ବେସିକ ସାଲାରି- ୫୬,୯୦୦, ନୂଆ ମହଙ୍ଗା ଭତ୍ତା (୩୯%) ପ୍ରତିଶତ- ୨୨,୧୯୧, ପୂର୍ବ ମହଙ୍ଗା ଭତ୍ତା (୩୪%)- ୧୯,୩୪୬, ଡିଏ ବୃଦ୍ଧି- ୨୮୪୫, ବାର୍ଷିକ ବେତନ ବୃଦ୍ଧି- ୩୪,୧୪୦ ।

ସର୍ବନିମ୍ନ ବେସିକ ସାଲାରି: କର୍ମଚାରୀଙ୍କ ବେସିକ ସାଲାରି- ୧୮,୦୦୦, ନୂଆ ମହଙ୍ଗା ଭତ୍ତା (୩୯%)- ୭୦୨୦, ପୂର୍ବ ମହଙ୍ଗା ଭତ୍ତା (୩୪%)- ୬୧୨୦, ଡିଏ ବୃଦ୍ଧି- ୯୦୦, ବାର୍ଷିକ ଡିଏ ବୃଦ୍ଧି- ୧୦,୮୦୦ ।

Get real time updates directly on you device, subscribe now.