fbpx

CORBEVAXକୁ ମିଳିଲା DCGI ମଞ୍ଜୁରୀ, କରୋନାର ବୁଷ୍ଟର ଡୋଜ୍ ଭାବେ ହେବ ଜରୁରୀକାଳୀନ ବ୍ୟବହାର

ନୂଆଦିଲ୍ଲୀ: ବାୟୋଲୋଜିକାଲ ଇ. ଲିମିଟେଡ (ବିଇ) ଦ୍ୱାରା ପ୍ରସ୍ତୁତ କୋଭିଡ୍ ଭ୍ୟାକ୍ସିନ କୋର୍ବେଭାକ୍ସକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା ଅନୁମତି ମିଳିଛି । ଜରୁରୀକାଳୀନ ସ୍ଥିତିରେ କୋଭିଡ-୧୯ର ବୁଷ୍ଟର ଡୋଜ୍ ଭାବେ କୋର୍ବେଭାକ୍ସ ଟିକାକୁ ବ୍ୟବହାର କରାଯିବ । କୋଭିଶିଲ୍ଡ ବା କୋଭାକ୍ସିନର ଦୁଇଟି ଟାକ ଡୋଜ୍ ନେଇଥିବା ୧୮ ବର୍ଷ ଓ ଏହାଠାରୁ ଅଧିକ ବୟସର ଲୋକମାନେ ଏହାକୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ ।

ଏନେଇ ବିଇର ପ୍ରବନ୍ଧ ନିର୍ଦ୍ଦେଶକ ମହିମା ଦତଲା କହିଛନ୍ତି ଯେ, ଡିସିଜିଆଇର ଏହି ନିଷ୍ପତ୍ତିରେ ଆମେ ବହୁତ ଖୁସି ଅନୁଭବ କରୁଛୁ । ଏହାଦ୍ୱାରା ଭାରତବର୍ଷରେ କୋଭିଡ-୧୯ର ବୁଷ୍ଟର ଡୋଜର ଅଭାବ ଦୂର ହୋଇପାରିବ । ବିଇ କୋର୍ବେଭାକ୍ସର ୧୦ କୋଟି ବୁଷ୍ଟର ଡୋଜ୍ ପ୍ରଦାନ କରିବା ନେଇ ଭାରତ ସରକାରଙ୍କ ସହ ବୁଝାମଣା କରିଛି । ଏହି ବୁଷ୍ଟର ଡୋଜ୍ ପ୍ରସ୍ତୁତି ନେଇ ବିଇକୁ ଟେକ୍ସାସ ଚିଲଡ୍ରେନ ହସ୍ପିଟାଲ ଓ ବାୟଲର କଲେଜ ଅଫ୍ ମେଡିସିନ ସହଯୋଗ କରିଛନ୍ତି ।

ଏହାପୂର୍ବରୁ ବିଏ ନିଜର କୋଭିଡ୍ ଭ୍ୟାକ୍ସିନ କୋର୍ବେଭାକ୍ସର ମୂଲ୍ୟ ହ୍ରାସ କରିଥିଲା । ପ୍ରାଇଭେଟ କରୋନା ଟିକାକରଣ ସେଣ୍ଟରମାନଙ୍କରେ କୋର୍ବୋଭାକ୍ସ ଭ୍ୟାକ୍ସିନ ଜିଏସଟି ସହିତ ୮୪୦ ଟଙ୍କା ବଦଳରେ ୨୫୦ ଟଙ୍କାରେ ଉପଲବ୍ଧ ହେଉଛି । ଗ୍ରାହକଙ୍କ ପାଇଁ ଏହାର ମୂଲ୍ୟ ପ୍ରତ୍ୟେକ ଡୋଜ୍ ପିଛା ୪୦୦ ଟଙ୍କା ରହିବ, ଯେଉଁଥିରେ କି ଟ୍ୟାକ୍ସ ଓ ଆଡମିନିଷ୍ଟ୍ରେସନ ଫିସ୍ ସାମିଲ ରହିଛି ।

Get real time updates directly on you device, subscribe now.