fbpx

(Video): OTT Release: ବିବାହ ପରେ ପ୍ରଥମଥର ‘କାକୁଡା’ ରେ ନଜର ଆସିବେ ଦବଙ୍ଗ ଗାର୍ଲ

Advertisement

ଓଡିଶା ଭାସ୍କର: ଦୀର୍ଘଦିନ ଧରି ସୋନାକ୍ଷୀ ସିହ୍ନା ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିଜ ବୟଫ୍ରେଣ୍ଡ ଜହିର ଇକବାଲଙ୍କୁ ସେ ଇତିମଧ୍ୟରେ ୨୩ ଜୁନରେ ବିବାହ କରି ସାରିଛନ୍ତି । ବିବାହ ପରେ ସୋନାକ୍ଷୀଙ୍କ ପ୍ରଥମ ସିନେମା ହେବ ‘କାକୁଡା’ । ଯାହା ବିଷୟରେ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ସିନେମା ଓଟିଟି (OTT) ଫ୍ଲାଟଫର୍ମରେ ରିଲିଜ ହେବ । କିନ୍ତୁ, ଏହାର ପୋଷ୍ଟର ସିନେପ୍ରେମୀଙ୍କୁ ଏହି ସିନେମା ଦେଖିବା ପାଇଁ ବାଧ୍ୟ କରିବ । ଫିଲ୍ମ ‘କାକୁଡା’ ଏକ ହରର କମେଡି ସିନେମା ଅଟେ । ଏଥିରେ ରିଦେଶ ଦେଶମୁଖ ଓ ସୋନାକ୍ଷୀ ସିହ୍ନା ଢେରସାରା ମନୋରଞ୍ଜନ ଯୋଗାଇବେ । ସେୟାର କରିଥିବା ପୋଷ୍ଟରରେ ସୋନାକ୍ଷୀ ହାତରେ ମଶାଲ ଧରିଛନ୍ତି । ତାଙ୍କ ମୁଖରେ ଭୟ ବାରି ହୋଇ ପଡୁଛି । ସେ ତାଙ୍କର ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଇନ୍ଦିରା ଭୁତୋ ସେ ନହି ଡରତି ହୈ, ଲେକିନ କାକୁଡା କା ଗୁସ୍‌ସା ପର୍ସନାଲ ହେନେ ୱାଲା ହୈ’ ।

କାକୁଡା ୧୨ ଜୁଲାଇରେ ଜି- ୫ (ZEE 5) ରେ ରିଲିଜ ହେବାକୁ ଯାଉଛି । ଆଦିତ୍ୟ ସରପୋତଦରଙ୍କ ନିର୍ଦ୍ଦେଶନାର ଏହି ସିନେମାରେ ଦବଙ୍ଗ ଗାର୍ଲ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କ ସହ ସିନେମାରେ ଅଛନ୍ତି ରିତେଶ ଦେଶମୁଖ, ଗରବିଲ ମୋହନଙ୍କ ଭଳି କଳାକାର । ଜି – ୫ (ZEE 5) ରେ ଜଣେ ଏହି ସିନେମାକୁ ସବସ୍କ୍ରିପସନ ନେଇ ଦେଖି ପାରିବ । ଆଦିତ୍ୟ ଏହା ପୂର୍ବରୁ ସିନେମା ‘ମୁଜ୍ୟା’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ସିନେମା ବି ହରର –କମେଡି ବେସଡ ଥିଲା । ଯାହା ବକ୍ସ ଅଫିସରେ ଜବରଦସ୍ତ ସାବ୍ୟସ୍ତ ହୋଇଥିଲା । ଯାହାର କାହଣୀ ମଧ୍ୟ ଲୋକଙ୍କୁ ଛୁଇଁ ପାରିଥିଲା । ସେଥିପାଇଁ ସିନେ ପ୍ୟାନ୍ସ ଏହି ସିନେମାକୁ ନେଇ ମଧ୍ୟ ଉତ୍ସାହିତ ଅଛନ୍ତି ।

 

 

View this post on Instagram

 

A post shared by Sonakshi Sinha (@aslisona)

Get real time updates directly on you device, subscribe now.