fbpx

ରସଗୋଲା କାହାର? ଓଡିଶାର ନା ପଶ୍ଚିମବଙ୍ଗର? ବଡ ପ୍ରଶ୍ନର ଉତ୍ତର ରଖିଲେ କ୍ରିକେଟର ଦାଦା

କୋଲକାତା: କିଛି ଦିରୁ ଓଡିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ପ୍ରତିଯୋଗିତା ଚାଲୁ ରହିଛି । ଉଭୟ ରାଜ୍ୟକୁ ନେଇ ଗୋଟିଏ ପ୍ରଶ୍ନ ରହିଛି ‘ରସଗୋଲା କାହାର’? ଓଡିଶାର ନା ପଶ୍ଚିମ ବଙ୍ଗର? ଦୁଇ ରାଜ୍ୟର ବାସିନ୍ଦା ରସଗୋଲାକୁ ନିଜର ବୋଲି ଦାବି କରୁଥିବା ବେଳେ ଏପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର କିନ୍ତୁ ମିଳିପାରିନାହିଁ । ତେବେ ଏହି ସମୟରେ କ୍ରିକେଟ ଦୁନିଆର ଦାଦା ତଥା ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି ଦେଇଛନ୍ତି ଏକ ବଡ ବୟାନ । ଏହି ପ୍ରଶ୍ନକୁ ନେଇ ଥିବା ବିବାଦ ଉପରେ ଏକ ଟିପ୍ପଣୀ ଦେଇଛନତ୍ି ବିସିସିଆଇ ଅଧ୍ୟକ୍ଷ ।

ଓଡିଶା ହେଉ କି ବେଙ୍ଗଲ, ପ୍ରାୟ ସମସ୍ତଙ୍କର ପ୍ରିୟ ମିଠା ହୋଇପାରେ ରସଗୋଲା । ଘରର କିମ୍ବା ଅନ୍ୟ କୌଣସି ବି ସ୍ଥାନରେ କିଛି ସଫଳତାକୁ ସେଲିବ୍ରେଟ କରିବା ପାଇଁ ରସଗୋଲା ହିଁ ପ୍ରଥମ ପସନ୍ଦ ପାଲଟିଥାଏ । ଏମିତିକି ଓଡିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରୁ ଫେରିବା ପରେ କୋଟି କୋଟି ଓଡିଆଙ୍କ ମଉଡମଣୀ ପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ପାଇଁ ଏହି ରସଗୋଲାକୁ ହିଁ ଉପହାର ଦେଇଥାନ୍ତି ।

ରସଗୋଲା ଓଡ଼ିଶାର ନା କୋଲକାତାର? କଥାରେ କଥାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ଯେଉଁ ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଭିତରେ ବିବାଦ ରହିଆସିଛି, ସେହି ରସଗୋଲା ଉପରେ ଦାଦା ମନ୍ତବ୍ୟ ଦେଇଛନ୍ତି । ଦାଦାଙ୍କ ମୁହଁରୁ ଶୁଣିବାକୁ ମିଳିଛି, ରସଗୋଲା କାହାର । ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ଉତ୍ତର ଦେଇଛନ୍ତି ସୌରଭ । ଏକ ଟିଭି ଶୋ’ ଜରିଆରେ ଦାଦା କହିଛନ୍ତି ଯେ ରସଗୋଲା ହେଉଛି ଓଡିଶାର । ପଶ୍ଚିମବଙ୍ଗର ବାସିନ୍ଦା ହୋଇ ସୁଦ୍ଧା ଓଡିଶାକୁ ସପୋର୍ଟ କରିଛନ୍ତି ।

ଦାଦାଙ୍କ କହିବା ଅନୁସାରେ, ସମସ୍ତେ କହୁଛନ୍ତି ଯେ ରସଗୋଲା କୋଲକାତାର । କିନ୍ତୁ ରସଗୋଲା କୋଲକାତାର ନୁହେଁ, ବରଂ ରସଗୋଲା ହେଉଛି ଓଡ଼ିଶାର । ମହାପ୍ରଭୁ ଜଗନ୍ନାଥଙ୍କ ସହିତ ରସଗୋଲା ଜଡିତ ବୋଲି କହିଛନ୍ତି ଦାଦା । ତେବେ ସୌରଭଙ୍କ ଏହି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଭ୍ୟୁୟର୍ସ ଲାଇକ୍, କମେଣ୍ଟ ଦେବା ସହ ସେୟାର ମଧ୍ୟ କରୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ସୌରଭ ଜଣେ ବେଙ୍ଗଲୀ ହୋଇ ମଧ୍ୟ ଯାହା ସତ, ତାହା କହିବାକୁ ପଛାଇନାହାନ୍ତି । ତାଙ୍କର ଏହି ମତକୁ ଭ୍ୟୁୟର୍ସମାନେ ପ୍ରଶଂସାରେ ପୋତି ପକାଇଛନ୍ତି ।

Get real time updates directly on you device, subscribe now.