fbpx

(Video) ଶାହରୁଖ ଖାନ ଏବଂ ନୟନତାରା ଜିତିଲେ ‘ଯବାନ’ ପାଇଁ ଦାଦାସାହେବ ଫାଲକେ ବେଷ୍ଟ ଆକ୍ଟର ଆୱାର୍ଡ, ଏହି ତାରକାମାନେ ମଧ୍ୟ ମାରିଲେ ବାଜି

ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରତିଷ୍ଠିତ ପୁରଷ୍କାର ମଧ୍ୟରେ ଦାଦା ସାହେବ ଫାଲକେ ଇଣ୍ଟରନାସନାଲ ଆୱାର୍ଡ ଅନ୍ୟତମ । ଆୱାର୍ଡ ପ୍ରଦାନର କାର୍ଯ୍ୟକ୍ରମ ମଙ୍ଗଳବାର ସଂଧ୍ୟାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମୁମ୍ବାଇର ଲ୍ୟାଣ୍ଡସ ଏଣ୍ଡରେ ହୋଇଛି । ଯେଉଁଠାରେ ଶାହରୁଖ ଖାନ, ବବି ଦେଓଲ, ନୟନତାରା, କରୀନା କପୁର ଖାନ, ସୁନୀଲ ଗ୍ରୋବର, ଆଦିତ୍ୟ ରାୟ କପୁର, ଅନୀଲ କପୁର, ଶାହିଦ କପୁର, ବିକ୍ରାନ୍ତ ମୈସୀ, ଏଟଲୀ, ରାନୀ ମୁଖାର୍ଜୀ, ଶାହିଦ କପୁର ସମେତ ଅନେକ ଷ୍ଟାରମାନେ ଭଲ ଭଲ ଆଉଟଫିଟରେ ସେଠାରେ ପହଁଚିଥିଲେ ।

ଦାଦା ସାହେବ ଫାଲକେ ଇଣ୍ଟରନାସନାଲ ଆୱାର୍ଡର ୱିନର୍ସଙ୍କ କଥା କହିଲେ ଏହି ଆୱାର୍ଡ ଶୋ ରେ ଶାହରୁଖ ଖାନ ବେଷ୍ଟ ଆକ୍ଟରର ଆୱାର୍ଡ ହାସଲ କରିଛନ୍ତି । କିଙ୍ଗ ଖାନଙ୍କୁ ଫିଲ୍ମ ‘ଯବାନ’ ପାଇଁ ଶ୍ରେଷ୍ଠ ଅଭିନେତା ଆୱାର୍ଡରେ ସମ୍ମାନୀତ କରାଯାଇଛି । ସେହିପରି ଶାହରୁଖ ଖାନଙ୍କ ବ୍ୟତୀତ ଫିଲ୍ମ ଯବାନ ରେ ନୟନତାରା ମଧୂ ଜବରଦସ୍ତ ଆକ୍ଟିଙ୍ଗ କରିଛନ୍ତି, ସେହି କାରଣରୁ ତାଙ୍କୁ ବେଷ୍ଟ ଅଭିନେତ୍ରୀର ଆୱାର୍ଡ ମିଳିଛି ।

ପଠାନର ବକ୍ସ ଅଫିସରେ ପଠାନ ଧମାଲ କରିଥିଲା । ଏହ ଫିଲ୍ମ ପରେ ୨୦୨୩ରେ ମଧ୍ୟ ଶାହରୁଖ ଖାନଙ୍କ ଦ୍ୱିତୀୟ ଫିଲ୍ମ ଯବାନ ମଧ୍ୟ ରିଲିଜ ହୋଇ ବକ୍ସ ଅଫିସରେ ଧମାଲ କରିଥିଲା । ଯବାନ ଭାରତରେ ୬୦୪ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲା । ଏଥିସହ ଏହି ଫିଲ୍ମର ୱାର୍ଲଡୱାଇଡ କଲେକସନ ୯୦୦ କୋଟି ପାର କରିଥିଲା । ଏବେ ଶାହରୁଖ ଖାନଙ୍କୁ ଏହି ଫିଲ୍ମ ପାଇଁ ବେଷ୍ଟ ଆକ୍ଟରର ଆୱାର୍ଡ ମିଳିଛି । ଏହାକୁ ନେଇ ଶାହରୁଖ ଖାନ ବହୁତ ଖୁସି ଅଛନ୍ତି ।

 

View this post on Instagram

 

A post shared by Maha (@mahasrk1)

ଅନ୍ୟପଟେ ବିକ୍କି କୌଶଲ ଦାଦା ସାହେବ ଫାଲକେ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୪ରେ ଫିଲ୍ମ ‘ସାମ ବାହାଦୂର’ ନିଜ ପ୍ରଦର୍ଶନ ପାଇଁ ବେଷ୍ଟ ଆକ୍ଟରର ଆୱାର୍ଡ ହାସଲ କରିଛନ୍ତି । ଏହି ଆୱାର୍ଡ ଜିତିବା ଖୁସିରେ ଆକ୍ଟର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ବବି ଦେଓଲଙ୍କୁ ଫିଲ୍ମ ଆନିମଲ ପାଇଁ ବେଷ୍ଟ ଆକ୍ଟର ଇନ ନେଗେଟିଭ ରୋଲର ଆୱାର୍ଡ ମିଳିଛି । ଏହା ବ୍ୟତୀତ ଡାୟରେକ୍ଟର ସନ୍ଦିପ ରେଡ୍ଡୀ ବାଙ୍ଗାଙ୍କୁ ଆନିମଲ ପାଇଁ ବେଷ୍ଟ ଡାୟରେକ୍ଟରର ଆୱାର୍ଡରେ ସମ୍ମାନୀତ କରାଯାଇଛି ।

 

Get real time updates directly on you device, subscribe now.