ଏପ୍ରିଲ ମାସରେ ସବୁଦିନ କରୋନା ଟିକାଦାନ

ନୂଆଦିଲ୍ଲୀ,୧ ।୪: କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଦେଶରେ କରୋନା ପରିସ୍ଥିତିକୁ ଦେଖି ଟିକାକରଣକୁ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି । ଏଣିକି ଏପ୍ରିଲ ମାସରେ ସବୁଦିନ କୋଭିଡ ଟିକା ଦିଆଯିବ । ସବୁ ସରକାରୀ ଛୁଟିଦିନରେ ବି ଜାରି ରହିବ ଟିକାଦାନ । ଉଭୟ ସରକାରୀ ଓ ଘରୋଇ ଟିକାଦାନ କେନ୍ଦ୍ର ପାଇଁ ଲାଗୁ ନିୟମ ହେବ ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୫୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୭ କୁ ବୃଦ୍ଧି ପାଇଛି । ଦିନକରେ ୭୨ ହଜାର ୩୩୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫ କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୪ ହଜାର ୦୫୫ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୪ ଲକ୍ଷ ୭୪ ହଜାର ୬୮୩ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।