ରାଶିଫଳ: ଆଜି ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ

ଜାଣନ୍ତୁ ଆଜିର ଦିନଟି ଆପଣଙ୍କ କିପରି କଟିବ ? ଏହି ରାଶିର ବ୍ୟକ୍ତଙ୍କ ଠାରେ ଦେଖାଯିବ ଶାରୀରିକ ଓ ମାନସିକ ଅସୁସ୍ଥତା ।

ମେଷ: ଆଜିର ଦିନଟି ଆପଣଙ୍କ ପରିବାର ପାଇଁ ଶୁଭ ଅଟେ । ସ୍ତ୍ରୀଙ୍କ ସହ ସମୟ ଅତିବାହିତ କରନ୍ତୁ । । ଆର୍ଥିକ କ୍ଷେତ୍ରରେ ଦିନଟି ଅନୂକୁଳ ଅଟେ । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ । ଭଲ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ ।

ବୃଷ : ଆଜି ଦିନଟି ଆପଣଙ୍କ ଭଲରେ କଟିବ । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥତା ଅନୁଭବ କରିବେ । କୌଣସି ଭଲ କାରଣ ପାଇଁ ଦିନ ସାରା ଭଲରେ କଟିବ । ମନ ପସନ୍ଦର ବସ୍ତ୍ର ପିନ୍ଧିବେ । ଅର୍ଥ ବିନିଯୋଗରୁ ଭଲ ଅର୍ଥ ଫେରିପାଇବେ । ଗୁରୁଜନଙ୍କ ଦ୍ୱାରା ଅର୍ଥ ଆଗମନ ହେବ । ଖରାପ ସମୟର ଅନ୍ତ ଘଟିବ ଏବଂ ଭଲ ସମୟ ଆରମ୍ଭ ହେବ ।

ମିଥୁନ : ସପ୍ତାହ ସାରା ସ୍ତ୍ରୀ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବ । ବାଦ ବିବାଦ ଏବଂ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ସାଙ୍ଗଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବେ । ପେଟଜନିତ ଯନ୍ତ୍ରଣା ଭୋଗିବେ । ଯାତ୍ରା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ ।

କର୍କଟ: ଖରାପ ଚିନ୍ତା ଆପଣଙ୍କ ଦୁଃଖର କାରଣ ହେବ । ନିଜକୁ ଶକ୍ତି ସାମର୍ଥ୍ୟ ଶୂନ୍ୟ ପରି ଭାବିବେ । ପାରିବାରିକ ଗଣ୍ଡଗୋଳ ଲାଗି ରହିବ । ଖର୍ଚ୍ଚ ବଢିବ । ଏହାକୁ ରୋକିବାରେ ଅସଫଳ ହେବେ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ । ହୃଦୟ ଜନିତ ଯନ୍ତ୍ରଣା ପାଇବେ ।

ସିଂହ : ଦିନସାରା ଆନନ୍ଦମୟ ଓ ଶାନ୍ତିପୂର୍ଣ ରହିବ । ପ୍ରେମିକା ସହିତ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ପ୍ରତିଟି ସମ୍ପର୍କର ମହତ୍ୱ ବୁଝି ପାରିବେ । ପାଖରେ ଥିବା ପରିଦର୍ଶନ ସ୍ଥଳ ବୁଲିଯାଇପାରନ୍ତି । ଚିନ୍ତା ଦୂର ହେବ ଓ କାର୍ଯ୍ୟରେ ସଫଳ ହେବେ ।

କନ୍ୟା: ପରିବାରରେ ଶାନ୍ତ ବାତାବରଣ ରହିବ । ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନକରିବା ପାଇଁ ଚେଷ୍ଟା କରିବେ । ମିଷ୍ଟାର୍ଣ୍ଣ ଭୋଜନରେ ଆପ୍ୟାୟିତ ହେବେ । ଭ୍ରମଣରେ ଯାଇପାରନ୍ତି । ଜଗିରଖି ଖର୍ଚ୍ଚ କରନ୍ତୁ । ଛାତ୍ର ପାଠପଢାରେ ଦୁର୍ବଳ ହେବେ ।

ତୁଳା : ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂତନ କାମ କରିବାର ସୁଯୋଗ ମିଳିପାରେ । ଦେହ ଓ ମନ ସୁସ୍ଥ ରହିବ । ନିଷ୍ଠାର ସହିତ ଠିକ ସମୟରେ କାର୍ଯ୍ୟ ଶେଷ କରିବେ । ନିଜ ଉପରେ ଭରସା ବଢିବ । ମୌଜମଜଲିସରେ ଅନେକ ଅର୍ଥ ସାରିବେ।

ବିଛା: ଆପଣ ନିଜର କ୍ରୋଧ ନିୟନ୍ତ୍ରଣ କରନ୍ତୁ । ରାଗ ସମୟରେ କଥାବାର୍ତ୍ତାରେ ସଂଯମତା ଅବଲମ୍ଵନ କରନ୍ତୁ ।ମୁଣ୍ଡ ଉପରେ କୌଣସି ଚାପ ଯୋଗୁଁ କ୍ରୋଧିତ ରହିବେ । ଶାରୀରିକ ଅସୁସ୍ଥତା ମଧ୍ୟ ମନକୁ ବିବ୍ରତ କରିପାରେ । ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ୱନ ନକଲେ ଦୁର୍ଘଟଣା ଘଟିବାର ଆଶଙ୍କା ଅଛି । କୌଣସି ନିଜର ଅଙ୍ଗରେ ଅସ୍ତ୍ରପୋଚାର କରିବାର ଥିଲେ, କରନ୍ତୁ ନାହିଁ । ପରିବାର ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କଟିବ । ଆଇନ ସମ୍ପନ୍ଧୀୟ କାର୍ଯ୍ୟରେ ସତର୍କତା ଅବଲମ୍ୱନ କରିବା ଉଚିତ । ଦିନଟି ମୌଜ ମଜଲିସରେ କାଟିପାରନ୍ତି ।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସୁଫଳ ପ୍ରାପ୍ତି ଯୋଗ ଅଛି । ପ୍ରିୟଜନଙ୍କ ସହ ଆପଣ ପରିଭ୍ରମଣ କରି ମୌଜମଜଲିସରେ ସମୟ ଅତିବାହିତ କରିପାରନ୍ତି । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ପାଇବେ । ଯେଉଁ ଯୁବକ ଯୁବତୀ ବିବାହ କରିବା ପାଇଁ ଚାହୁଁଛନ୍ତି , ସେମାନେ ନିଜର ପସନ୍ଦ ମୁତାବକ ଜୀବନସାଥୀ ପାଇବେ ।

ମକର: ଆଜି ବ୍ୟବସାୟରୁ ଅଧିକ ଲାଭ ପାଇବେ । ଆଜି ଉଧାର ଯାଇଥିବା ଅର୍ଥ ହସ୍ତଗତ ହେବା ସହ ଭ୍ରମଣରୁ ଓ ଅନ୍ୟାନ୍ୟ ଦିଗରୁ ମଧ୍ୟ ଅର୍ଥ ପାଇବେ । ସରକାରୀ ତଥା ବନ୍ଧୁବାନ୍ଧବଙ୍କଠାରୁ ସହାୟତା ମିଳିବ । ପ୍ରିୟଜନ ଉପହାର ଦେଇ ଚକିତ କରିବେ । ନିଆଁ, ପାଣି ଏବଂ ଦୁର୍ଘଟଣା ଉପରେ ସତର୍କ ରୁହନ୍ତୁ । ବ୍ୟବସାୟିକ କାମରେ ବହୁତ ଏପଟ ସେପଟ ହୋଇପାରନ୍ତି । ପିଲାଙ୍କ ପାଠପଢାର ଅଭିବୃଦ୍ଧିକୁ ପରିଲକ୍ଷିତ କରିବେ ।

କୁମ୍ଭ : ଆଜି ମିଶ୍ରିତ ଫଳ ମିଳିବ । ମନ ଭଲ ରହିବ । କାମ ପ୍ରେସର ରହିବ । ଉପରିସ୍ଥ ଅଧିକାରୀ କାମରେ ଅସନ୍ତୁଷ୍ଟ ହେବେ । କିଛି ବଡଧରଣର ବିକ୍ରି କରିପାରନ୍ତି । ଯାତ୍ରା କରିପାରନ୍ତି । ବିଦେଶରୁ ଖବର ପାଇବେ । ପିଲାମାନେ ଚିନ୍ତାର କାରଣ ହେବେ ।

ମୀନ: ଆଜି ଭାଗ୍ୟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ଦିନ ଅଟେ । ପରିଶ୍ରମ ବହୁଳ କାର୍ଯ୍ୟ କରନ୍ତୁ ନାହିଁ । ରକ୍ଷା ପାଇବା ପାଇଁ କିଛି ବାଟ ନାହିଁ । ମାତ୍ର ପରିଶ୍ରମର ଫଳ ମିଠା ଅଟେ । ସ୍ୱାସ୍ଥ୍ୟ ଓ ଖର୍ଚ୍ଚରେ ଯତ୍ନଶୀଳ ହୁଅନ୍ତୁ । ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ । ଆପଣଙ୍କ ଦିନଟିକୁ ଭଲରେ ପରିଣତ କରିବେ ।