ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ; ଗୁରୁ ପୂର୍ଣ୍ଣିମାରେ ଏହି 5 ରାଶି ଉପରେ ବର୍ଷିବ ମାତା ଲକ୍ଷ୍ମୀଙ୍କ କୃପା…
ଆଜି ସ୍ନାନ ଦାନର ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଉପବାସ। ତେବେ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ ଏବଂ କେଉଁ ଉପାୟରେ ଆପଣ ଏହି ଦିନଟିକୁ ଭଲ କରିପାରିବେ। ଚାଲନ୍ତୁ ଜାଣିବା...
ଓଡ଼ିଶା ଭାସ୍କର: ଆଜି ଗୁରୁବାର, ଆଷାଢ଼ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି। ଆଜି ପୂର୍ଣ୍ଣିମା ତିଥି ରାତି 2:07 ପର୍ଯ୍ୟନ୍ତ ରହିବ। ଇନ୍ଦ୍ର ଯୋଗ ଆଜି ରାତି 9:38 ପର୍ଯ୍ୟନ୍ତ ରହିବ। ଏହା ସହିତ, ପୂର୍ବାଷାଢ ନକ୍ଷତ୍ର ଆସନ୍ତାକାଲି ସକାଳ 5:56 ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ, ଆଜି ସ୍ନାନ ଦାନର ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଉପବାସ। ତେବେ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ ଏବଂ କେଉଁ ଉପାୟରେ ଆପଣ ଏହି ଦିନଟିକୁ ଭଲ କରିପାରିବେ। ଚାଲନ୍ତୁ ଜାଣିବା…
ମେଷ: ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବୃଷ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ଉଧାର ଧନ ଫେରିପାଇବେ। ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବେ। ଲୋକ ସମ୍ପର୍କ ବଢ଼ିବ।
ମିଥୁନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ରହିପାରନ୍ତି। ଧନ ଆଗମନ ଯୋଗ ଅଛି। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ହେବ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।
କର୍କଟ: ଅଫିସ୍ କାମରେ ବ୍ୟସ୍ତ ରହିବେ। ଅତିରିକ୍ତ ଦାୟିତ୍ବ ତୁଲାଇବେ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ବିଦ୍ୟାର୍ଥୀ ସଫଳତା ପାଇଁ କଠିନ ପରିଶ୍ରମ କରିବେ।
ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ମାନ ସମ୍ମାନ ବୃଦ୍ଧି ହେବ।
କନ୍ୟା: ଯାତ୍ରାରୁ ଲାଭ ମିଳିପାରେ। ଦିନଟିରେ କର୍ମଚଞ୍ଚଳ ରହିବେ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟରେ ସଫଳତା ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।
ତୁଳା: ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଅଫିସ୍ରେ ସହକର୍ମୀଙ୍କ ସହ ବ୍ୟକ୍ତିଗତ କଥା ଆଲୋଚନା କରିବେ ନାହିଁ। ଯାତାୟତ ସମୟରେ ଧ୍ୟାନ ଦିଅନ୍ତୁ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ଉତ୍ଫୁଲ୍ଲିତ ରହିବେ। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ବିବାଦରୁ ଦୂରେଇ ରହିବେ।
ଧନୁ: କାର୍ଯ୍ୟରେ ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ। ଗୁରୁଜନଙ୍କ ଆଦେଶ ପାଳନ କରିବେ।
ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ବଦଭ୍ୟାସ ପରିତ୍ୟାଗ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବିବାହ ପ୍ରସ୍ତାବ ସ୍ଥିର ହେବ। ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିବେ।
କୁମ୍ଭ: ଦୀର୍ଘ ଦିନ ସମସ୍ୟାର ସମାଧାନ ହେବ। ଅଫିସ୍ କାମ ସୂଚାରୁରୂପେ ତୁଲାଇବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ଦାନଧର୍ମ କରନ୍ତୁ।