fbpx

(VIDEO)ମଝି ଆକାଶରେ ଜଳିଲା ୨ ବିମାନ;୬ ମୃତ୍ୟୁ !

Advertisement

ନୂଆଦିଲ୍ଲୀ: ଏୟାର ଶୋ’ ସମୟରେ ମଝି ଆକାଶରେ ଦୁଇଟି ବିମାନ ମୁହାମୁହିଁ ଧକ୍କା ହୋଇଛନ୍ତି । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ୨ ସାମରିକ ବିମାନ ମଧ୍ୟରେ ଏହି ଧକ୍କା ହୋଇଛି । ଏହି ଦୁର୍ଘଟଣାର କିଛି ସମୟପରେ ଦୁଇଟି ଯାକ ବିମାନ ଜଳି ଯାଇଥିବା ସୂଚନା ମିଳିଛି । ଯାହାକି ଅନେକ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଟେକ୍ସାସ ସହରରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧକୁ ସ୍ମରଣୀୟ କରିବା ପାଇଁ ଏକ ଏୟାର ଶୋ ଚାଲିଥିଲା । ଏହି ସମୟରେ ଏକ ବୋଇଙ୍ଗ B -17 ଫ୍ଲାଇଙ୍ଗ ଫୋଟ୍ରସ୍ ବାମ୍ବର ଏବଂ ବେଲ p-63  କିଙ୍ଗ କୋବ୍ରା ଯୁଦ୍ଧ ବିମାନ ମୁହାଁମୁହିଁ ହୋଇଯାଇଥିଲେ । ଫଳରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) କହିଛି ଯେ, ଏହି ଘଟଣା ଡାଲାସ କାର୍ଯ୍ୟନିର୍ବାହୀ ବିମାନବନ୍ଦରରେ ଭାରତୀୟ ସମୟ ଅନୁଯାୟୀ ରାତି ପ୍ରାୟ ୧.୨୦ରେ ଏହି ଦୁର୍ଘଟଣା ଘଟିଛି ।

ତେବେ ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି FAA ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ତଦନ୍ତ ଆରମ୍ଭ କରିଛି । ଏଥିସହିତ ଘଟଣାର ଖବର ପାଇ ଡଲାସ୍ ପୋଲିସ୍ ବିଭାଗ ଏବଂ ଡଲାସ୍ ର ଅଗ୍ନିଶମବାହୀନିଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।

ତେବେ ଏହି ଦୁଇଟି ବିମାନ ଦୁର୍ଘଟଣା ହେବା ସମୟର ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ଦେଖିକିବାକୁ ମିଳିଛି ଯେ ଅତି ଉଚ୍ଚରେ ଉଡୁଥିବା ୨ ବିମାନ ହଠାତ୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲେ ଏବଂ ଏହାର କିଛି ସମୟ ପରେ ଉଭୟ ବିମାନ ଜଳିବାକୁ ଲାଗିଥିଲେ । ତେବେ ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ମୃତ ଦେହ ମିଳିଥଇବା ଜଣା ପଡିଛି ।

Get real time updates directly on you device, subscribe now.