ଉପକୂଳରେ ମାଡ଼ ହେଲା ‘ଦାନା’, ତାଣ୍ଡବ ପ୍ରକ୍ରିୟା ଆରମ୍ଭ… ଲ୍ୟାଣ୍ଡଫଲ ସମୟରେ ଶୁଭୁଛି ଭୟଙ୍କର ଶବ୍ଦ

ଓଡ଼ିଶା ଭାସ୍କର: ବାତ୍ୟା ‘ଦାନା’ ସ୍ଥଳଭାଗରେ ପହଞ୍ଚିବା ପରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମୁଦ୍ର ଭିତରେ ୧୩ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁଛି ବାତ୍ୟା । ବାତ୍ୟା ସ୍ଥଳଭାଗ ଛୁଇଁବା ସହିତ ଓଡିଶାରେ ଆରମ୍ଭ ହୋଇଯାଇଛି ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସମୁଦ୍ରରୁ ଆସି ଭୀଷଣ ବାତ୍ୟାର ରୂପ ନେଇ ଦାନା ସ୍ଥଳଭାଗ ଛୁଇଁଛି । ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରି ସ୍ଥଳଭାବ ଆଡକୁ ଆସିଥିବା ଦାନା ଲ୍ୟାଣ୍ଡଫଲ୍ କରିବାର ଠିକ୍ ପୂର୍ବରୁ ଦେଖାଇଛି ତାର ଭୟଙ୍କର ପ୍ରକୋପ । ତେବେ ଏହି ବାତ୍ୟ ସ୍ଥଳଭାଗ ଛୁଇଁବା ପରେ ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳିଛି କିଛି ଭୟଙ୍କର ଶବ୍ଦ । ବାତ୍ୟାର ପ୍ରଚଣ୍ଡ ରୂପ ସାଙ୍ଗକୁ ଭୟଙ୍କର ଶବ୍ଦ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।

ଭିତରକନିକା-ଧାମରା ମଧ୍ୟରେ ଆରମ୍ଭ ହୋଇଛି ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସ୍ଥଳଭାଗ ଛୁଇଁବା ପରେ ସାରା ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରଚଣ୍ଡ ପବନ ବହିବା ଆରମ୍ଭ ହୋଇଯାଇଛି । ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିଥିବା ସୂଚନା ମିଳିଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି । ଭିତରକନିକା ଧାମରା ମଧ୍ୟରେ ଦାନା ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଦାନା’ । ଆଉ ସ୍ଥଳଭାଗ ଛୁଇଁବା ବେଳେ ସ୍ଥାନୀୟ ଅଂଚଳ ବା ଆଖପାଖ ଅଂଚଳରେ କିଟମିଟ ଅନ୍ଧାର ହୋଇଯାଇଛି । ପ୍ରଚଣ୍ଡ ବେଗରେ ବହୁଥିବା ପବନର ଶବ୍ଦରେ ହିଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ୧୧୦-୧୨୦ ରହିଥିବା ବେଳେ ପ୍ରଚଣ୍ଡ ଶବ୍ଦ କରି ବହିଯାଉଛି କିଲୋମିଟର ପବନ । ସାଂଘାତିକ ପବନର ଏହି ଶବ୍ଦ ଆତଙ୍କ ମାହୋଲ ଖେଳାଇ ଦେଇଛି ।

ଲ୍ୟାଣ୍ଡଫଲ ସହିତ ଉପକୂଳ ଅଞ୍ଚଳରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଛି । ପୂର୍ବରୁ ଧାମରା ଓ ଭିତରକନିକା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଥିଲା । ଏବେ ଏହାର ମଝାମଝି ଅର୍ଥାତ୍ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ହେନ୍ତାଳ ବଣ ଆଡକୁ ମାଡିଆସୁଛି ଭୀଷଣ ବାତ୍ୟା ଦାନା । ଏବେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା ଓ ପବନ । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆସନ୍ତାକାଲି ଭୋର୍ ୫ଟା ପର୍ଯ୍ୟନ୍ତ ଜାରି ରହିବ । ବାତ୍ୟା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ଆରମ୍ଭ ହୋଇଯାଇଛି ବାତ୍ୟା ତାଣ୍ଡବ । ବର୍ଷା ଓ ପବନର ବେଗ ଦ୍ରୁତ ଗତିରେ ବଢିବାରେ ଲାଗିଛି ।