ଲ୍ୟାଣ୍ଡଫଲ କଲା ‘ଦାନା’: ପ୍ରବଳ ବର୍ଷା, ଭୟଙ୍କର ପବନ ସହ ସ୍ଥଳଭାଗ ଛୁଇଁଲା ବାତ୍ୟା

ପାରାଦୀପ: ସମୁଦ୍ର ଭିତରେ ସଂଘର୍ଷ ପରେ ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଦାନା’ । ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ ସହ ସ୍ଥଳଭାଗରେ ପାଦ ଦେଇଛି ବାତ୍ୟା । ଭିତରକନିକା- ଧାମରା ନିକଟସ୍ଥ ମୁହାଣରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ବାତ୍ୟା ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଭୀଷଣ ପବନ ବହୁଥିବା ଦେଖାଯାଇଛି । ଏହାବ୍ୟତୀତ ସମୁଦ୍ର ମଧ୍ୟ ଭୟଙ୍କର ଗର୍ଜନ ସହ କୂଳ ଲଙ୍ଘି ଜନବସତି ଆଡ଼କୁ ମାଡ଼ି ଆସିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ପ୍ରାୟ ୧୦୦-୧୨୦ କିଲୋମିଟରରେ ପହଞ୍ଚିଛି । ଆଗକୁ ଏହା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ବାତ୍ୟାର ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ସକାଳ ୫ଟା ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟାର ପ୍ରଭାବରେ ସମୁଦ୍ରରେ ମଧ୍ୟ ବଡ଼ ବଡ଼ ଜୁଆର ଦେଖିବାକୁ ମିଳିଛି ।

ବାତ୍ୟା ଦାନା ଲ୍ୟାଣ୍ଡଫଲ କଲାପରେ ଦେଖିବାକୁ ମଳିଛି ଭୟଙ୍କର ଦୃଶ୍ୟ । ଗଛ ପତ୍ର ମୋଡ଼ି ତଳେ ପକାଉଛି ବାତ୍ୟା । ଉଡ଼ିଗଲାଣି ଚାଳ ଛପକର ଘର । ବାତ୍ୟାରା କରାଳ ରୁପ ଦେଖିବାକୁ ମଳିଛି ।ଯେୁଉର୍ ବାତ୍ୟା ଦାନାକୁ ଆଗରୁ ଆକଳନ କରି କୁହାଯାଉଥିଲା ଭଙ୍କର ସ୍ତିତି ଉପୁଜିପାରେ ଏବେ ସେମିତି କିଛି ଦେଖିବାକୁ ମଳିଛି । ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟା ଦାନା ଆଉ ପ୍ରବଳ ବେଗରେ ବହୁଛି ପବନ । ଏହି ବାତ୍ୟା ଏବେ ଆଖ ପାଖ ଜିଲ୍ଲାରେ ବନ୍ୟା ପରିସ୍ତିତି ସୃଷ୍ଟି କରିଦେବ । ଯେଉଁ ବିପଦକୁ ନେଇ ସମସ୍ତେ ଆଶଙ୍କା କରିଥିଲେ ।ସେମିତି ବିପଦ ଏବେ ମାଡ଼ିଆସିଲା । ଧାମରା ଓ ଭିତର କନିକା ରେ ବାତ୍ୟା ତାଣ୍ଡବ ରଚିଛି । ରେଡ଼ ୱାଣ୍ଡିରେଥିବା କଟକ ଯାଜପୁର ଜଗତସିଂହପୁର , କେନ୍ଦ୍ରାପଡ଼ା ଭଦ୍ରକ ବାଲେଶ୍ୱର ମୟୁରଭଞ୍ଜ ରେ ମଧ୍ୟ ପ୍ରବଳ ବେଗରେ ବର୍ଷା ପବନ ହେଉଛି । କିନ୍ତୁ ସବୁଠାରୁ ଅଧିକା ପ୍ରଭାବ କେନ୍ଦ୍ରାପଡ଼ା ବାଲେଶ୍ୱରରେ ଭଦ୍ରକ ଜଗତସିଂହପୁରରେ ଦେଖିବାକୁ ମଳିଛି । ରାସ୍ତାଘାଟରେ ବାତ୍ୟା ମାଡ଼ରେ ବଡ଼ ବଡ଼ ଗଛ ମୋଡ଼ି ହୋଇ ତଳେପଡ଼ିଗଲାଣିା । ବାତ୍ୟା ଲ୍ୟଣ୍ଡଫଲ କରିଲାପରେ ଲୋକଙ୍କ ଟିଣ ଚାଳ ଛପର ଘର ଉଡ଼ିଗଲାଣି ଏତେ ଭୟଙ୍କର ରୁପ ଦେଖି ସବୁ ସମସ୍ତଙ୍କର ହୋସ ଉଡ଼ିଯାଉଛି ।