fbpx

ଭୟଙ୍କର ପରମାଣୁ ଅସ୍ତ୍ର ନିର୍ମାଣ କରୁଛନ୍ତି କିମ ଜଙ୍ଗ୍ ଉନ୍: କଣ ହୋଇପାରେ ତାଙ୍କର ଉଦ୍ଦେଶ୍ୟ

ପ୍ୟୋଙ୍ଗୟାଙ୍ଗ, ୧୦ା୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ଭୟଙ୍କର ପରମାଣୁ ଅସ୍ତ୍ର ନିର୍ମାଣରେ ବ୍ୟସ୍ତ ରହିଛନ୍ତି । ଉତ୍ତର କୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ଓ ବାଲିଷ୍ଟିକ ମିସାଇଲକୁ ଆଧୁନିକୀକରଣ କରିବାକୁ ଚାହୁଁଛି । ସେଥିପାଇଁ ଉତ୍ତର କୋରିଆ ଅନ୍ୟ ଦେଶମାନଙ୍କ ଠାରୁ ପ୍ରଯୁକ୍ତି ବିଦ୍ୟା ହାସଲ କରିବାକୁ ଆଶା ରଖିଛି । ଏନେଇ ମିଳିତ ଜାତିସଂଘର ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ବିଶେଷଜ୍ଞମାନେ ଜାତିସଂଘକୁ ପ୍ରଦାନ କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଉତ୍ତର କୋରିଆ ଦୂରଗାମୀ ନୂତନ କ୍ଷେପଣାସ୍ତ୍ର, ମଧ୍ୟମ ଦୂରଗାମୀ, ବୁଡ଼ାଜାହାଜ, ବାଲିଷ୍ଟିକ୍ ମିସାଇଲ୍ ଆଦି ନିର୍ମାଣ କରୁଛି । ଉତ୍ତରକୋରିଆ ପ୍ରଥମ ଥର ପାଇଁ ୨୦୦୬ରେ ଆଣବିକ ଅସ୍ତ୍ର ପରୀକ୍ଷଣ କରିଥିଲା । ସେଥିପାଇଁ ଜାତିସଂଘ ପକ୍ଷରୁ କଡ଼ା ପ୍ରତିବନ୍ଧକ ଲଗା ଯାଇଥିଲା । ଉତ୍ତର କୋରିଆର ଆଣବିକ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍ପାଦନକୁ ରୋକିବା ପାଇଁ ଜାତିସଂଘ ଏହି ଦେଶର ଅଧିକାଂଶ ରପ୍ତାନୀ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତେବେ ଉତ୍ତର କୋରିଆ ପ୍ରତିବନ୍ଧକକୁ ଅଣଦେଖା କରିବା ସହ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.