fbpx

ଯୌତୁକରେ ଦିଆଯାଏ ବିଷାକ୍ତ ସାପ: ଜାଣନ୍ତୁ ଏପରି କରିବାର କଣ ରହିଛି ଗୁପ୍ତ ରହସ୍ୟ

Advertisement

ନୂଆଦିଲ୍ଲୀ: ଅତୀତର କେଉଁ କାଳରୁ ଆରମ୍ଭ ହୋଇଛି ଯୌତୁକ ପ୍ରଥା । ବର୍ତ୍ତମାନ ସମୟରେ ଯୌତୁକ ଦେବା ବା ନେବା ଅପରାଧ ହୋଇଥିଲେ ମଧ୍ୟ ଲୋକମାନେ ଏହି ପରମ୍ପରା ପଛରେ ପଡିଛନ୍ତି । ବାହାଘର ସମୟରେ ବାପଘରୁ ଝିଅମାନଙ୍କୁ ଅନେକ ଦାମୀ ଉପହାର ଦିଆ ଯାଇଥାଏ । ସେହିପରି ଭାରତର ସବୁ ରାଜ୍ୟରେ ଯୌତୁକକୁ ନେଇ ଭିନ୍ନ ଭିନ୍ନ ପ୍ରଥା ରହିଛି । ଯୌତୁକରେ ଝିଅକୁ ଦାମୀ ଉପହାର ସହିତ ଗାଈ ଦେବାର ବିଧି ଅନେକ ଜାଗାରେ ଦେଖିବାକୁ ମିଳେ । କିନ୍ତୁ ବିଷାକ୍ତ ସାପ ଦେବା କଥା ହୁଏତ ଆପଣମାନଙ୍କୁ ଭାବିବା ପାଇଁ ବାଧ୍ୟ କରିଦେବ । ଏମିତି କଥା ଆପଣ ପୂର୍ବରୁ କେବେ ଜାଣି ନଥିବେ । ତେବେ ବିଶ୍ୱାସ ହେଉ ନଥିଲେ ମଧ୍ୟ କଥାଟି ସତ ।

ମଧ୍ୟପ୍ରଦେଶର କିଛି ସ୍ଥାନରେ ଏପରି ଆଶ୍ଚର୍ଯ୍ୟ ପ୍ରଥା ଦେଖିବାକୁ ମିଳିଥାଏ । ଏହି ସ୍ଥାନ ମାନଙ୍କରେ ଝିଅର ବାପା ବାହାଘର ସମୟରେ ଜ୍ୱାଇଁଙ୍କୁ ଦାମୀ ଉପହାର ପରିବର୍ତ୍ତେ ୨୧ଟି ବିଷାକ୍ତ ସାପ ଯୌତୁକ ଆକାରରେ ଦେଇଥାନ୍ତି । ମଧ୍ୟପ୍ରଦେଶର ଗୌରିୟା ସମ୍ପ୍ରଦାୟର କିଛି ଲୋକ ବର୍ଷ ବର୍ଷ ଧରି ଏହି ପ୍ରଥାକୁ ମାନି ଆସୁଛନ୍ତି । ସାପ ଦେଲେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଦୃଢ ହେବ ବୋଲି ଏହି ସମ୍ପ୍ରଦାୟର ଲୋକମାନେ ବିଶ୍ୱାସ କରନ୍ତି । ତେବେ ଯଦି ସେମାନେ ଏହି ମାନ୍ୟତାକୁ ନ ମାନନ୍ତି ତେବେ ସମ୍ପର୍କ ଭାଙ୍ଗିଯିବ ବୋଲି ବିଶ୍ୱାସ ରହିଥିବାରୁ ଏମାନେ ଏପରି କରିଥାନ୍ତି । ଝିଅର ବାହାଘର ଠିକ ହୋଇଯିବା ପରେ ଝିଅର ବାପା ସାପ ଖୋଜିବା ଆରମ୍ଭ କରିଥାନ୍ତି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ତେବେ ଗହମ ପ୍ରଜାତିର ବିଷାକ୍ତ ସାପକୁ ଅଧିକ ମାତ୍ରାରେ ଯୌତୁକରେ ଦିଆ ଯାଇଥାଏ । ଗୌରିୟା ଜନଜାତିର ଛୋଟ ଛୋଟ ପିଲାମାନେ ମଧ୍ୟ ବିଷାକ୍ତ ସାପମାନଙ୍କ ସହ ଖେଳୁଥିବାର ଦେଖିବାକୁ ମିଳେ ।

ସୂଚନାଥାଉ କି ସାପ ଧରିବା ହେଉଛି ଏହି ଗୌରିୟା ସମ୍ପ୍ରଦାୟର ଲୋକମାନଙ୍କର ବୃତ୍ତି । ଜୀବନ ଜୀବିକା ପାଇଁ ଏମାନେ ସାପ ଧରିଥାନ୍ତି । ସାପମାନଙ୍କ ସୁରକ୍ଷା ପାଇଁ ଏହି ସମ୍ପ୍ରଦାୟରେ ଅନେକ କଡ଼ା ନିୟମ ରହିଛି । କୁହାଯାଏ ସାପ ଯଦି ପେଡ଼ି ମଧ୍ୟରେ ମରିଯାଏ ତେବେ ସମ୍ପୂର୍ଣ୍ଣ ପରିବାର ସାପର ଶୁଦ୍ଧିକ୍ରିୟା କରିବା ସହିତ ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ଭୋଜି ଦେଇଥାନ୍ତି ।

Get real time updates directly on you device, subscribe now.