fbpx
BSKY SKY
BSKY SKY

ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ପାଇଲେ ୱାରେନବୋଇମ୍ ଓ ଅଲି ଆବୁ, ଗାଜାରେ ଯୁଦ୍ଧ ସମାପ୍ତି ଲାଗି ଶାନ୍ତିର ସଙ୍ଗୀତ ଗାଇ କରିଛନ୍ତି ବିଶ୍ୱର ଦୃଷ୍ଟି ଆକର୍ଷଣ

BSKY

ନୂଆଦିଲ୍ଲୀ: ପ୍ରସିଦ୍ଧ ପିଆନୋ ବାଦକ ଓ ସଙ୍ଗୀତ ପରିଚାଳକ ଡାନିଏଲ୍ ୱାରେନବୋଇମ୍ ଓ ସମାଜସେବୀ ତଥା ଶାନ୍ତି କାର୍ଯ୍ୟକର୍ତ୍ତା ଅଲି ଆବୁଙ୍କୁ ମିଳିତ ଭାବରେ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ଲାଗି ବର୍ଷ ୨୦୨୩ର ଇନ୍ଦିରା ଗାନ୍ଧୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଏକ ବୟାନ ଅନୁସାରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଟି.ଏସ୍‌. ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଅନ୍ତଃରାଷ୍ଟ୍ରୀୟ ଜୁରୀ କମିଟିରେ ଡାନିଏଲ୍ ଓ ଅଲି ଆବୁଙ୍କୁ ଏଥିପାଇଁ ଚୟନ କରାଯାଇଛି । ଏମାନେ ସଙ୍ଗୀତ, ସମ୍ବାଦ ଓ ଲୋକଙ୍କ ସହଭାଗିତା ଜରିଆରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରି ଆସୁଛନ୍ତି ।
ଏକ ବୟାନରେ କୁହାଯାଇଛି କି ୨୦୨୩ ଲାଗି ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ଲାଗି ଇନ୍ଦିରା ଗାନ୍ଧୀ ପୁରସ୍କାର ସେହି ଦୁଇ ଜଣଙ୍କୁ ମିଳିତ ଭାବରେ ପ୍ରଦାନ କରାଯାଉଛି ଯେଉଁମାନେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧର ଅହିଂସକ ସମାଧାନ ଲାଗି ଇସ୍ରାଏଲ ଓ ଆରବ ଦେଶର ଯୁବଶକ୍ତି ଓ ଅନ୍ୟମାନଙ୍କୁ ଏକତ୍ର କରିବାରେ ସର୍ବଶ୍ରେଷ୍ଠ ପ୍ରୟାସ କରିଥିଲେ । ଏହି ଦୁଇ ଜଣ ସଙ୍ଗୀତ ଓ ଶାନ୍ତି ସନ୍ଦେଶ ମାଧ୍ୟମରେ ରାଜନୈତିକ ଓ ମାନବୀୟ ସଂଘର୍ଷକୁ ଦୂର କରିବା ଓ ଶାନ୍ତିପୂର୍ଣ୍ଣ ସାର୍ବଜନିକ ସହଯୋଗ ସ୍ଥାପନ କରିବାରେ ସାମାଜିକ ଓ ସାଂସ୍କୃତିକ ସହଯୋଗ ବୃଦ୍ଧି କରିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି ।

ଏହି ଦୁଇ ଜଣଙ୍କୁ ଏହି ସମ୍ମାନ ପ୍ରଦାନର ନିଷ୍ପତ୍ତି ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ହୋଇଛି ଯେଉଁଥିରେ ଏ ପର୍ଯ୍ୟନ୍ତ ୧୭,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଡାନିଏଲ୍ ୱାରେନବୋଇମ୍ ଆର୍ଜେଣ୍ଟିନାରେ ଜନ୍ମିତ ପ୍ରତିଷ୍ଠିତ ଶାସ୍ତ୍ରୀୟ ପିଆନୋବାଦକ ଓ ସଙ୍ଗୀତ ପରିଚାଳକ ଯିଏ ବିଶ୍ୱରେ ଅନେକ ପ୍ରମୁଖ ଅର୍କେଷ୍ଟ୍ରା ସହିତ ପ୍ରଦର୍ଶନ ଓ ସଞ୍ଚାଳନ କରିଛନ୍ତି । ଏହା ସହିତ ସେ ପଶ୍ଚିମ ଏସିଆରେ ଶାନ୍ତି ଓ ସଦଭାବ ବୃଦ୍ଧି ପାଇଁ ସଙ୍ଗୀତର ଉପଯୋଗ କରି ପ୍ରସିଦ୍ଧି ଲାଭ କରିଛନ୍ତି ।

Get real time updates directly on you device, subscribe now.