fbpx

ଇନଷ୍ଟାଗ୍ରାମ ନୂଆ ଫିଚର: କେବଳ ସେଲଫି ମୋଡରେ କରୁଛି ଏହି କାମ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କମ୍ପାନୀ ଇନଷ୍ଟାଗ୍ରାମ ସମୟ ସମୟରେ ନୂଆ ଫିଚର୍ସ ଆପରେ ଆଣିଥାଏ । ଗତ ବର୍ଷ କମ୍ପାନୀ ନୋଟର ଅପସନ ଏଥିରେ ଯୋଡ଼ିଥିଲା । ଯାହା ଲୋକମାନଙ୍କୁ ଅପଡେଟ ଦେଇଥାଏ ଯେ, ଆପଣଙ୍କ ଫଲୋର୍ସ ଷ୍ଟାଟସ ଅପଡେଟ କଣ ରଖୁଛି । ଯେପରି ଆପଣ ଇନଷ୍ଟାଗ୍ରାମରେ ନୋଟରେ କିଛି ଗୀତ ପକାଇ ନିଜ ଫଲୋର୍ସଙ୍କୁ ଜଣାଇପରିବେ, ଆପଣ କେଉଁ ଗୀତ ଶୁଣୁଛନ୍ତି । ଯଦି ଆପଣ ଟ୍ରାଭେଲ କରୁଛନ୍ତି ତେବେ ଆପଣ ଏଠାରେ କହିପାରିବେ । ଏହାରି ମଧ୍ୟରେ କମ୍ପାନୀ ନୋଟରେ ଏକ ନୂଆ ଅପସନ ଯୋଡିଛି, ଯାହା ଆପଣଙ୍କୁ ଭିଡିଓ ସେୟାର କରିବାର ଅନୁମତି ଦେବ । ଏଥିପାଇଁ କମ୍ପାନୀ ଏକ କ୍ୟାମେରା ଅପସନ ଯୋଡିଛି ।

ନୂଆ ଫିଚର ଅନୁଯାୟୀ, ଆପଣ କେବଳ ୨ ସେକେଣ୍ଡର ଭିଡିଓ ରେକର୍ଡ କରି ନିଜ ଫଲୋର୍ସ ସହିତ ସେୟାର କରିପାରିବେ । ଏହି ଭିଡିଓରେ ଆପଣଙ୍କ ଫଲୋର୍ସ ଇମୋଜୀ ଏବଂ ଟେକ୍ସଟ ମାଧ୍ୟମରେ ଆପଣଙ୍କୁ ରିଆକ୍ଟ କରିପାରିବେ । ଏହା ମନେରଖନ୍ତୁ ଯେ, ଆପଣ କେବଳ ଭିଡିଓ ମୋଡରେ କରିଥିବା ଭିଡିଓକୁ ସାଙ୍ଗମାନଙ୍କ ସହ ସେୟାର କରିପାରିବେ । ଆପଣ ଗ୍ୟାଲେରୀରୁ ଯେକୌଣସି ଭିଡିଓ କିମ୍ବା ବ୍ୟାକ କ୍ୟାମେରାରେ ସୁଟିଂ କରିଥିବା ଭିଡିଓକୁ ଆପଣ ସେୟାର କରିପାରିବେନାହିଁ । କମ୍ପାନୀ ଏଥିପାଇଁ ଏହି ଫିଚର କରିଛି କାରଣ ଷ୍ଟୋରୀ ଏବଂ ଏଥିରେ କୌଣସି ଅନ୍ତର ରହିପାରିବ ।

ଭିଡିଓ ଷ୍ଟାଟସ ସେଟ କରିବା ପାଇଁ ଆପଣଙ୍କୁ କେବଳ ନିଜ ପ୍ରୋଫାଇଲ ଫଟୋ ଉପରେ ଦେଖାଯାଉଥିବା ପ୍ଲସ ଅପସନ ଉପରେ କ୍ଲିକ କରିବାକୁ ପଡିବ । ପୁଣି ଏକ କ୍ୟାମେରାର ଅପସନ ଆପଣ କ୍ରିଏଟ କରିପାରିବେ । ଏଥିରେ କ୍ଲିକ କରିବା ପରେ ଆପଣ ସର୍ଟ ଭିଡିଓ ସାଙ୍ଗମାନଙ୍କ ସହ ସେୟାର କରିପାରିବେ ।

Get real time updates directly on you device, subscribe now.