fbpx
BSKY SKY
BSKY SKY

ଓଡିଶା ଯୁବ କଂଗ୍ରେସର ସଭାପତି ଓ ଉପ-ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

BSKY

ଓଡିଶା ଭାସ୍କର: ରଂଜିତ ପାତ୍ର ହେଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି । ସେହିପରି ସାଗର ଦାସ ଓ କୃଷ୍ଣ ମହାନ୍ତି ରାଜ୍ୟ ଯୁବ କଂଗ୍ରେସର ଉପ-ସଭାପତି ହୋଇଛନ୍ତି। ଏହି ୩ ଯୁବ ନେତାଙ୍କ ନିଯୁକ୍ତିକୁ ନେଇ ଏଆଇସିସି ପକ୍ଷରୁ ଏକ ଚିଠି କରାଯାଇଛି। ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ କଂଗ୍ରେସ ତା’ର ଯୁବ ନେତୃତ୍ୱରେ ପରିବର୍ତ୍ତନ ଆଣିଛି।

ସୂଚନା ଥାଉକି, ଆଉ ମାତ୍ର କେଇ ମାସ ପରେ ରାଜ୍ୟରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଯାହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଆକଳନ ମୁତାବକ ୨୦୨୪ରେ ଏକ ବଡ଼ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି। ଏହା ଓଡିଶା ରାଜନୀତିରେ ବେଶ ଗୁରୁତ୍ୱ ରଖୁଛି। ଏଣୁ ସମସ୍ତ ଦଳ ଯୁବ,ଛାତ୍ର ଓ ମହିଳାଙ୍କ ଉପରେ ଫୋକସ କରୁଥିବା ବେଳେ କଂଗ୍ରେସ ତା’ର ଯୁବ ନେତୃତ୍ୱକୁ ସଦୃଢ଼ କରିବାକୁ ଯାଉଛି। ଏମିତିରେ ବି ଖୁବଶୀଘ୍ର ଦଳର ତୃତୀୟ ମହଲ ନେତା ଅର୍ଥାତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ ଚର୍ଚ୍ଚା ହେଉଛି ।

 

Get real time updates directly on you device, subscribe now.