fbpx

ଆଖିତଳ କଳା ପଡୁଛି କି? ଏହି ଉପାୟକୁ ଆପଣାନ୍ତୁ

ଆଖିତଳ କଳା ପଡିବାର ମୁଖ୍ୟ କାରଣ ହେଉଛି ନିଦ ସମ୍ପୂର୍ଣ୍ଣ ନ ହେବା ଏବଂ ଥକାପଣରୁ ମୁକ୍ତି ନମିଳିବା । ଅନ୍ୟ ପଟେ ଅଧିକ ଚିନ୍ତାଗ୍ରସ୍ତ ହେଲେ ଆଖିତଳ କଳା ପଡି ଯାଇଥାଏ । ତେବେ ଆଖିତଳ କଳାପଡିବାରୁ ମୁକ୍ତି କିପରି ପାଇବେ ତାହା ଜାଣି ରଖନ୍ତୁ । ଏହାସହ ଆପଣ ମୁହଁର ଯତ୍ନ ନେବା ମଧ୍ୟ ସେତିକି ଜରୁରୀ ହୋଇଥାଏ । ତେଣୁ ଯଦି ଆପଣ ଅଖିତଳ କଳା ପାଇଁ ଚିନ୍ତିତ ଅଛନ୍ତି ତେବେ କିଛି ଘରୋଇ ଉପାୟକୁ ପ୍ରୟୋଗ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଆଖି କଳା ପଡିବାରୁ ସବୁଦିନ ପାଇଁ ଦୂର ହୋଇଯିବ ।

-ଆଳୁରେ କାଟାକୋଲସ ରହିଥାଏ ଯାହା ଆଖି କଳା ପଡିବାରୁ ରକ୍ଷା କରିଥାଏ । ଆଳୁରେ ପୋଷକ ତତ୍ୱ, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ତ୍ୱାଚାକୁ ଦୃଢ କରିଥାଏ । ତେବେ ଆଳୁକୁ ପତଳା ପତଲା କାଟି ଏହାକୁ ଆଖି ଉପରେ ୧୫ମିନଟ ପାଇଁ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ ଆଖିକୁ ଭଲଭାବେ ଧୋଇଦିଅନ୍ତୁ ।

– ଅଖିତଳ କଳା ଦାଗ ପାଇଁ ଲୁଣ ପାଣିର ସେକ ଦିଅନ୍ତୁ । ଗୋଟେ ଗିନାରେ ଗରମ ପାଣିରେ ଅଧ ଚାମଚ ଲୁଣ ପକାଇ ଗୋଟେ କପଡା ସାହାଯ୍ୟରେ ଅଖିକୁ ସେକ ଦେଲେ ଆଖିତଳ କଳା କମିବାରେ ଲାଗିଥାଏ ।

– ଧଳାଅଣ୍ଡାକୁ ମଧ୍ୟ ବ୍ୟବହାର କରିପାରିବେ । ଗୋଟେ କିମ୍ବା ୨ଟି ଅଣ୍ଡାର ଧଳା ଅଂଶକୁ କାଢି ଫେଣ ହେବା ପର୍ଯ୍ୟନ୍ତ ଫେଣ୍ଟନ୍ତୁ । ଏହାପରେ ବ୍ରସ ସାହାଯ୍ୟରେ ଆଖିତଳେ ଏହାକୁ ଲଗାନ୍ତୁ । ଲଗାଇବାର ୧୦ମିନିଟ ପର୍ଯ୍ୟନ୍ତ ସେହିପରି ରଖି ଥଣ୍ଡା ପାଣିରେ ଧୋଇନିଅନ୍ତୁ ।

 

-ଅଖିତଳ କଳା ପଡିବାରୁ ରକ୍ଷା କରିଥାଏ କାକୁଡି । ତେବେ ଗୋଟେ କାକୁଡିକୁ ମୋଟା ସ୍ଲାଇସର କାଟି ୨୦ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ । ଫ୍ରିଜରୁ କାଢି ଆଖିପତା ଉପରେ ୧୦ମିନିଟ ଯାଏଁ ପକାଇ ରଖନ୍ତୁ । ଏହାକୁ ଦିନରେ ଆପଣ ୩ ଥର କରନ୍ତୁ ।

-କ୍ଷୀରକୁ ଲଗାଇଲେ ଏହା ଆପଣଙ୍କ ଅଖିରୁ ପାଣି ବାହାର କରିଥାଏ । ଯାହାଦ୍ୱାରା ଆପଣଙ୍କ ଅଖି ସଫା ହୋଇଯାଇଥାଏ । ଏହାଛଡା ତୁଳାକୁ କ୍ଷୀରରେ ଭିଜାଇ ଆଖି ଉପରେ ରଖନ୍ତୁ । ୨୦-୩୦ ମିନଟ ପରେ ଥଣ୍ଡା ପାଣିରେ ଅଖି ଧୋଇନିଅନ୍ତୁ ।

Get real time updates directly on you device, subscribe now.