fbpx

ଶାଶୂଙ୍କ ପାଇଁ ବୟଫ୍ରେଣ୍ଡ ଖୋଜୁଛି ବୋହୂ, ୭୨ ହଜାର ଅଫର୍…

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ଭଡ଼ାରେ କଣ ନ ମିଳୁଛି! କିନ୍ତୁ କୁହାଯାଏ ଜୀବନରେ ସବୁ ମିଳିପାରିବ, ମା’ ବାପାଙ୍କୁ ଛାଡ଼ି । ହେଲେ ଆଜିକାଲିର ପିଢ଼ି ସେସବୁକୁ ଅତିକ୍ରମ କରିବାକୁ ବି ଉଦ୍ୟମ କଲେଣି । ତେବେ ଏଠାରେ ଆମେ କହୁଛୁ ଶାଶୂ-ବୋହୂ କଥା । କଳହ ନୁହେଁ, କିନ୍ତୁ ଖୁବ୍ ମଜାଦାର । ଶାଶୂ ପାଇଁ ଜଣେ ବୋହୂ ଖୋଜୁଛି ବୟ ଫ୍ରେଣ୍ଡ । ଆଉ ଏଥିପାଇଁ ମିଳିବ ୭୨ ହଜାର ଟଙ୍କା ।

ନ୍ୟୁୟର୍କର ଜଣେ ବୋହୂ ନିଜ ଶାଶୂଙ୍କ ପାଇଁ ଏଭଳି ବିଚିତ୍ର ବିଜ୍ଞାପନ ଦେଇଛନ୍ତି । ଏହାକୁ ନେଇ ଇଣ୍ଟରନେଟ୍ରେ ଖୁବ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ କୌତୁହଳ ବଢ଼ିବାରେ ଲାଗିଛି । ସମ୍ପୃକ୍ତ ବୋହୂ ଦାବି କରିଛନ୍ତି ଯେ ତାଙ୍କ ଶାଶୂଙ୍କ ପାଇଁ ବୟ ଫ୍ରେଣ୍ଡ ଆବଶ୍ୟକ । ଦୁଇଦିନ ପାଇଁ ତାଙ୍କ ଶାଶୂଙ୍କ ସହିତ ଯେଉଁ ପୁରୁଷ ରହିବ ତାଙ୍କୁ ୭୨ ହଜାର ଟଙ୍କା ଦିଆଯିବ ବୋଲି ସେ କହୁଛନ୍ତି । ତେବେ ଶାଶୂଙ୍କର ବୟସ ୫୧ ବର୍ଷ । ଅସଲ କଥା ହେଲା ବୋହୂ କୌଣସି ଏକ ପାର୍ଟିକୁ ଯିବେ ଆଉ ସାଥୀରେ ଶାଶୂଙ୍କୁ ମଧ୍ୟ ନେବେ । କିନ୍ତୁ ଶାଶୂଙ୍କ ବୟଫ୍ରେଣ୍ଡ ନଥିବାରୁ ତାଙ୍କୁ ଅଡୁଆ ଲାଗୁଛି । ତେଣୁ ଶାଶୂ ମଧ୍ୟ ଏକ ସୁନ୍ଦର ଯୋଡ଼ି ସହ ତାଙ୍କ ସହ ପାର୍ଟିରେ ସାମିଲ ହୁଅନ୍ତୁ ବୋଲି ବୋହୂ ଚାହୁଛନ୍ତି । ହଁ, ପୁରୁଷ ବନ୍ଧୁଙ୍କ ବୟସ ୪୦ରୁ ୬୦ ବର୍ଷ ହୋଇଥିବା ଦରକାର ବୋଲି ବୋହୂ ସର୍ତ୍ତ ରଖିଛନ୍ତି ।

Get real time updates directly on you device, subscribe now.