ଦୀର୍ଘ ସାଢେ ୩ ବର୍ଷ ପରେ ଘରକୁ ଫେରିଲା ଝିଅ, ବାପା-ମାଆଙ୍କ ଖୁସି କହିଲେ ନ ସରେ

କଟକ: ଝାଡ଼ଖଣ୍ଡର ନାବାଳିକା କଟକରେ ଉଦ୍ଧାର ହୋଇଛି। ସାଢେ ୩ ବର୍ଷ ପରେ ବାପା-ମାଆଙ୍କ ପାଖକୁ ଫେରିଲା ଝିଅ। ୨୦୨୨ରେ ଆରପିଏଫ ପକ୍ଷରୁ ନାବାଳିକା ଉଦ୍ଧାର ହୋଇଥିଲେ। କଟକ ଶିଶୁ କଲ୍ୟାଣ ସମିତି ପାଖରେ ନାବାଳିକାକୁ ଛାଡ଼ିଥିଲେ।

ସେହି ଦିନଠୁ କଟକ ଶିଶୁ କଲ୍ୟାଣ ସମିତିରେ ରହୁଥିଲା ଝିଅ। ବାପା ମାଆ ସହ ଯୋଗାଯୋଗ କରି ଆଜି ଝିଅକୁ ଫେରାଯାଇଛି। ଝାଡ଼ଖଣ୍ଡର ନାବାଳକ ପୁଅ ମଧ୍ୟ ଘରକୁ ଫେରିଛି।

୭ ମାସ ପରେ ବାପା-ମାଆଙ୍କ ପାଖକୁ ଫେରିଛି ନାବାଳକ। ୨୦୨୪ରେ ନାବାଳକକୁ ଉଦ୍ଧାର କରିଥିଲା ଆଠଗଡ଼ ପୋଲିସ। ଶିଶୁ କଲ୍ୟାଣ ସମିତିରେ ଛାଡ଼ିଥିଲା ଆଠଗଡ଼ ପୋଲିସ। ପରେ ନାବାଳକକୁ ଉତ୍କଳ ବାଳାଶ୍ରମରେ ଛଡ଼ାଯାଇଥିଲା। ବାପା-ମାଆଙ୍କୁ ଯୋଗାଯୋଗ କରି ପୁଅକୁ ଫେରାଇ ଦିଆଯାଇଛି।