fbpx

ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍ ପାଟାପୋଟିଆନଙ୍କୁ ମେଡ଼ିସିନ୍ ପାଇଁ ନୋବେଲ ପୁରସ୍କାର

ଷ୍ଟକ୍‌ହାମ୍‌ : ୨୦୨୧ ବର୍ଷ ପାଇଁ ଘୋଷଣା ହୋଇଛି ବିଶ୍ୱର ସବୁଠାରୁ ସମ୍ମାନସ୍ପଦ କୁହାଯାଉଥିବା ନୋବେଲ ପୁରସ୍କାର ବିଜେତାଙ୍କ ନାମ । ମେଡିସିନ୍‌ କ୍ଷେତ୍ରରେ ଆମେରିକାର ଦୁଇ ବୈଜ୍ଞାନିକ ଡେଭିଡ୍‌ ଜୁଲିୟସ୍‌ ଓ ଆର୍ଡେମ୍‌ ପାଟାପୋଟିଆନଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିଛି ବୋଲି ଘୋଷଣା କରାଯାଇଛି । ତାପମାତ୍ରା ମାପିବା ଓ ସ୍ପର୍ଶ ବିଷୟରେ ସ୍ୱତନ୍ତ୍ର ଗବେଷଣା ଯୋଗୁଁ ସେମାନଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ସ୍ୱିଜରଲାଣ୍ଡର ରାଜଧାନୀ ଷ୍ଟକ୍‌ହାମ୍‌ରେ ନୋବେଲ୍‌ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି ।

କିମିଟି ତରଫରୁ କୁହାଯାଇଛି ଯେ ଏହି ୨ ବୈଜ୍ଞାନିକଙ୍କ ନୂତନ ଅନୁସନ୍ଧାନ ନୂତନ ପ୍ରକାରର ପେନ୍‌ କିଲର ପ୍ରସ୍ତୁତ କରିବାରେ ସହାୟକ ହେବ । ଚଳିତ ବର୍ଷ ପାଇଁ ଏହା ନୋବେଲ କିମିଟିର ପ୍ରଥମ ଘୋଷଣା । ଚଳିତ ମାସ ୫ ତାରିଖରେ ଫିଜିକ୍ସ କ୍ଷେତ୍ରରେ, ୬ ତାରିଖରେ କେମେଷ୍ଟ୍ରି, ୭ରେ ସାହିତ୍ୟରେ ନୋବେଲ୍‌ ବିଜେତା ଏବଂ ୮ରେ ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବ । ୧୧ ତାରିଖରେ ଅର୍ଥଶାସ୍ତ୍ରରେ ନୋବେଲ୍‌ ବିଜେତା ଘୋଷିତ ହେବେ । ତେବେ ଆର୍ଡେମ୍ ପାଟାପୋଟିଆନ୍ କାଲିଫର୍ଣ୍ଣିଆସ୍ଥିତ ଷ୍କ୍ରିପ୍ସ ରିସର୍ଚ୍ଚରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଏହାପୂର୍ବରୁ ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ସାନ୍‌ଫ୍ରାନ୍ସିସ୍କୋ ଏବଂ କାଲିଫର୍ଣ୍ଣ୍ରିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ରିସର୍ଚ୍ଚ କରିସାରିଛନ୍ତି । ୧୯୬୭ରେ ଲେବନାନ୍‌ରେ ଜନ୍ମଗ୍ରହଣ କରିଥିବା ପାଟାପୋଟିଆନ୍‌ ଆମେନିୟନ୍‌ ମାତା-ପିତାଙ୍କ ସନ୍ତାନ । ଡେଭିଡ୍‌ ଜୁଲିଅସ୍‌ଙ୍କ ଜନ୍ମ ୧୯୫୫ରେ ଆମେରିକାର ନ୍ୟୁୟର୍କ ସହରରେ ହୋଇଥିଲା । ସେ ୧୯୮୪ରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ । ବର୍ତ୍ତମାନ ସେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ, ଫ୍ରାନ୍ସିସ୍କୋର ପ୍ରଫେସର ଅଛନ୍ତି । ଗତ ବର୍ଷ ହେପାଟାଇଟିସ୍‌ ସି’ ଭାଇରସ୍‌ ଆବିଷ୍କାର ପାଇଁ ଆମେରିକୀୟ ହାର୍ଭେ ଜେ ଅଲଟର, ଚାର୍ଲ୍ସ ଏମ୍‌ ରାଇସ୍‌ ଏବଂ ବ୍ରିଟିଶ ବୈଜ୍ଞାନିକ ମାଇକେଲ୍‌ ହୁଟନ୍‌ଙ୍କୁ ମେଡିସିନ୍‌ କିମ୍ବା ଫିଜିଓଲୋଜି ପାଇଁ ନୋବେଲ୍‌ ପ୍ରାଇଜ୍‌ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.