fbpx

ଗଣେଶ ଚତୁର୍ଥୀ ପାଳନ କଲେ କଙ୍ଗାରୁ ଓପନର; ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଡେଭିଡ୍ ୱାର୍ଣ୍ଣରଙ୍କ ଫଟୋ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଅଷ୍ଟ୍ରେଲିଆବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଗଣେଶ ଚତୁର୍ଥୀ ପର୍ବକୁ ଉତ୍ସାହର ସହ ପାଳନ କରିଛନ୍ତି। ଏହାପରେ ସେ ନିଜ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖବର ରଖିଥିଲେ । ସୋସିଆଲ ମିଡିଆରେ ଡେଭିଡ ୱାର୍ଣ୍ଣରଙ୍କ ଏହି କାହାଣୀ ଭାଇରାଲ ହେବାରେ ଲାଗିଛି। ଏହାବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଲଗାତାର କମେଣ୍ଟ କରି ନିଜର ମତାମତ ଦେଉଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ ଯେ ଡେଭିଡ୍ ୱାର୍ଣ୍ଣର ଭାରତକୁ ଭଲ ପାଇବା ଦେଖାଇଛନ୍ତି। ଏହା ପୂର୍ବରୁ ଅନେକ ସମୟରେ ଡେଭିଡ୍ ୱାର୍ଣ୍ଣର ଭାରତୀୟ ସଂସ୍କୃତି ପ୍ରତି ନିଜର ଭଲପାଇବା ପ୍ରକାଶ କରିଛନ୍ତି। ଡେଭିଡ୍ ୱାର୍ଣ୍ଣରଙ୍କ କ୍ୟାରିୟର ଉପରେ ନଜର ରହିଛି ଡେଭିଡ୍ ୱାର୍ଣ୍ଣରଙ୍କ କ୍ୟାରିୟର, ଏହି ଖେଳାଳି ୧୧୨ ଟେଷ୍ଟ ମ୍ୟାଚ୍ ବ୍ୟତୀତ ୧୬୧ ଦିନିକିଆ ଓ ୧୧୦ ଟି-୨୦ ମ୍ୟାଚ୍ ରେ ଅଷ୍ଟ୍ରେଲିଆ କୁ ପ୍ରତିନିଧିତ୍ୱ କରିଛନ୍ତି। ଡେଭିଡ୍ ୱାର୍ଣ୍ଣର ଟେଷ୍ଟ ମ୍ୟାଚ୍ ରେ ୭୦.୨ ଷ୍ଟ୍ରାଇକ୍ ରେଟ୍ ଓ ୪୪.୬ ହାରାହାରିରେ ୮୭୮୬ ରନ୍ କରିଛନ୍ତି। ଏହି ଫର୍ମାଟରେ ଡେଭିଡ୍ ୱାର୍ଣ୍ଣର ୨୬ ଶତକ ଓ ୩୭ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଦିନିକିଆ ଫର୍ମାଟରେ ଡେଭିଡ୍ ୱାର୍ଣ୍ଣର ୯୭.୨୬ ଷ୍ଟ୍ରାଇକ୍ ରେଟ୍ ଓ ୪୫.୦୧ ହାରାହାରିରେ ୬୯୩୨ ରନ୍ କରିଛନ୍ତି। ଦିନିକିଆ ଫର୍ମାଟରେ ଡେଭିଡ୍ ୱାର୍ଣ୍ଣର ୨୨ଟି ଶତକ ହାସଲ କରିଛନ୍ତି। ଏହାବ୍ୟତୀତ ଡେଭିଡ୍ ୱାର୍ଣ୍ଣର ଦିନିକିଆ ଫର୍ମାଟରେ ୩୩ ଥର ୫୦ ରନ୍ ଅତିକ୍ରମ କରିଛନ୍ତି। ଏହି ବ୍ୟାଟ୍ସମ୍ୟାନ୍ ୧୧୦ଟି ଟି-୨୦ ମ୍ୟାଚ୍ ରେ ୧୩୯.୭୭ ଷ୍ଟ୍ରାଇକ୍ ରେଟ୍ ଓ ୪୦.୫୨ ହାରରେ ୬୫୬୫ ରନ୍ କରିଛନ୍ତି। ଡେଭିଡ୍ ୱାର୍ଣ୍ଣର ଟି-୨୦ ଫର୍ମାଟରେ ୪ ଥର ଶତକ ଅତିକ୍ରମ କରିଛନ୍ତି।

 

Get real time updates directly on you device, subscribe now.