fbpx

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ସିଲ୍ ହେଲା ଦୟାଲ ଆଶ୍ରମ; ଜବତ ହୋଇଥିବା କାରକୁ ବି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ତନଘନା କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ପ୍ରକ୍ରିୟାରେ ରବିବାର ଭୁବନେଶ୍ୱର ଦୟାଲ ଆଶ୍ରମରେ ତନାଘନା କରିଛି କ୍ରାଇମବ୍ରାଞ୍ଚ । ଦୟାଲ ଆଶ୍ରମରୁ କ୍ରାଇମବ୍ରାଞ୍ଚକୁ କିଛି ସୁରାକ ମିଳିଥିବା ନେଇ ସୂଚନା ମିଳିଛି । ଏହା ସହ ଥ୍ରୀଡି କ୍ୟାମେରା ଯୋଗେ କିଛି ଫିଙ୍ଗରପ୍ରିଣ୍ଟ ଓ ଫୁଟେଜ ମଧ୍ୟରେ ସଂଗ୍ରହ କରାଯାଇଛି । ଏହା ସହ ଆଶ୍ରମକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ ।

ସେପଟେ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣରେ ବ୍ୟବହୃତ ହୋଇଥିବା ଶର୍ମିଷ୍ଠାଙ୍କ କାରର ମଧ୍ୟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଏୟାରଫିଲଡ୍ ଥାନାରେ ଜବତ କାରର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । କାରର ଫରେନସିକ୍ ଓ କେମିକାଲ ପରୀକ୍ଷା କରୁଛି କ୍ରାଇମବ୍ରାଞ୍ଚ । ହତ୍ୟା ପରେ ମୃତଦେହକୁ ମଧ୍ୟ ସେହି କାରରେ ନିଆଯାଇଥିଲା ।

ଦୟାଲ ଆଶ୍ରମ ଯାଞ୍ଚକୁ କ୍ରାଇମବ୍ରାଞ୍ଚ ଏଡିଜି ଘଟଣାକୁ ନେଇ ତଦନ୍ତ ବିଷୟରେ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଫରେନସିକ୍ ଟିମ୍ ଓ ଥ୍ରୀଡି ସ୍କାନର ମାଧ୍ୟମରେ ଯାଞ୍ଚ କରାଯାଇଛି ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । କାରର ମଧ୍ୟ ଫରେନସିକ ଯାଞ୍ଚ ହୋଇଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରିବାକୁ ଦୁଇଟି ଟିମ୍ ଖୋଜୁଛନ୍ତି ବୋଲି କହିଛନ୍ତି ଏଡିଜି ।

Get real time updates directly on you device, subscribe now.