ପୁନେ- ମହାରାଷ୍ଟ୍ରର ପୁନେ ସିଟି ପୋଲିସରେ ଡେପୁଟି କମିଶନର ଭାବେ କାମ କରୁଥିବା ଡା ସନ୍ଦୀପ ଭାଜିଭାକରେ ଏବେ ଚର୍ଚ୍ଚାରେ । କୌଣସି ଦୁର୍ନୀତି, ଦବଙ୍ଗଗିରିକୁ ନେଇ ନୁହେଁ । ତାଙ୍କ ବାହାଦୁରୀ ଓ ତ୍ୱରିତ ପଦକ୍ଷେପକୁ ନେଇ ଚର୍ଚ୍ଚାରେ ।
ତାଙ୍କ ସେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କୁ ଲୋକେ ପ୍ରଶଂସା କରୁଛନ୍ତି । ତାଙ୍କ ପଦକ୍ଷେପ ଯୁବକଙ୍କୁ ନୂଆ ଜୀବନ ଦେଇଛି ।
ପୁନେର ଜଗତାପ ଚୌକ, ବାନାବାଡିରେ ମଧ୍ୟାହ୍ନ ସମୟରେ ଏକ କାର ଜଣେ ବ୍ୟକ୍ତି ବାଇକ ସବାରଙ୍କୁ ଧକ୍କା ଦେଇ ଚାଲିଗଲା । କାର ଧକ୍କାରେ ବ୍ୟକ୍ତି ରାସ୍ତା ଗଡରେ ପଡିଯାଇଥଲେ ଓ ବାତ ମାରିବା ଆରମ୍ଭ କରିଦେଇଥିଲା ।
ମାତ୍ର କିଛି ସମୟରେ ବ୍ୟକ୍ତି ପାରାଲାଇଜ ହୋଇଥାନ୍ତେ ବା ଅନ୍ୟ କିଛି ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେଇଥାନ୍ତା ।
ସୌଭାଗ୍ୟକୁ ସେହି ସମୟରେ ସେହି ରାସ୍ତା ଦେଇ ଡିସିପି ଯାଉଥିଲେ । ସେ ତୁରନ୍ତ ଗାଡିରୁ ଓହ୍ଲାଇ ଆସି ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପ୍ରାଦାନ କରିଥିଲେ ।
ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆକ୍ୟୁ ପମ୍ପଚର ଦେଇଥିଲେ । ଏହା ପରେ କିଛି ସମୟରେ ବ୍ୟକ୍ତି ସ୍ୱାଭାବିକ ହୋଇଥିଲେ ।
ଡିସିପି ଭାଜିଭାକରେଙ୍କ ନିସ୍ୱାର୍ଥ କାମ ପୁଣେର ପୋଲିସ ବଳର ସମର୍ପଣ ଓ ବାହାଦୂରୀର ପ୍ରମାଣ ଦେଇଛି ।
କିପରି ତ୍ୱରିତ ଚିକିତ୍ସା ଫଳରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚି ପାରିଛି ତାହାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି ।