Breaking: ପୁରୀ ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଭାସୁଛି ଯୁବକଙ୍କ ମୃତଦେହ
ତୀର୍ଥ ପୁଷ୍କରିଣୀରେ ଯୁବକଙ୍କ ମୃତଦେହ। ପୁଷ୍କରିଣୀକୁ କିପରି ଆସିଲେ ଯୁବକ? ଆଉ କେମିତି ହେଲା ଯୁବକଙ୍କ ମୃତ୍ୟୁ?
ପୁରୀ: ତୀର୍ଥକ୍ଷେତ୍ର ଭିତରୁ ପୁରୀ ହେଉଛି ଅନ୍ୟତମ। ଆଉ ପୁରୀର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା। ଯେଉଁଠି ପ୍ରତ୍ୟେକ ଦିନ ହଜାର ହଜାର ଲୋକ ବୁଡ଼ ପକାନ୍ତି। ମାନ୍ୟତା ଅଛି ଏହି ପୁଷ୍କରିଣୀରେ ବୁଡ଼ ପକାଇଲେ ପାପ ମୋଚନ ହୁଅ। ଏପରିକି ଏହି ପୁଷ୍କରିଣୀ କୂଳରେ ଶୁଦ୍ଧି କାର୍ଯ୍ୟ ମଧ୍ୟ ହୁଏ।
ହେଲେ ଏବେ ସେହି ତୀର୍ଥ ପୁଷ୍କରିଣୀରେ ଏକ ମୃତଦେହ ଭାସୁଥିବାର ଲୋକ ଦେଖିବାକୁ ପାଇଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଆସି ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରୁ ମୃତଦେହ ଉଦ୍ଧାର କରିଛି।
ପରେ ଶବ ବ୍ୟବଚ୍ଛେଦ ପାଇଁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଜଣକ ବାଲେଶ୍ୱର ବସ୍ତା ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଯୁବକ ଜଣଙ୍କର ମୃତ୍ୟୁ କିପରି ହେଲା। ତୀର୍ଥ ପୁଷ୍କରିଣୀକୁ ମୃତ ଦେହ କିପରି ଆସିଲା, ତାର କୌଣସି ସଠିକ୍ ସୂଚନା ମିଳିପାରିନାହିଁ।