fbpx

ବାଂଲାଦେଶରେ ସାଂଘାତିକ ହିଂସାକାଣ୍ଡ: ଟ୍ରେନ ବାତିଲ ହେବା ସହ ବସ ଏବଂ ବିମାନ ଚଳାଚଳ ବନ୍ଦ, ଭାରତ ସୀମାରେ ହାଇଆଲର୍ଟ

ନୂଆଦିଲ୍ଲୀ: ବାଂଲାଦେଶ ଲାଗି ରହିଥିବା ହିଂସା ପରେ କୋଲକତା ସହ ଅନ୍ୟ ଜିଲ୍ଲାକୁ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଛି । କେବଳ ଏତିକି ନୁହେଁ ବିମାନ ଏବଂ ବସ ଚଳାଚଳାକୁ ମଧ୍ୟ ବନ୍ଦ କରିଦିଆ ଯାଇଛି । ଏହି ହିଂସାକାଣ୍ଡକୁ ନେଇ ଭାରତ ସୀମାରେ ଆଲର୍ଟ ଜାରି କରାଯାଇଛି। ସମୁଦ୍ର କୂଳବର୍ତ୍ତୀ ସାମୁଦ୍ରିକ ଥାନା ଗୁଡିକୁ ମଧ୍ୟ ସଜାଗ କରାଯାଇଛି। କାରଣ ଏହି ସମୟରେ ଭାରତକୁ ଅନୁପ୍ରବେଶକାରୀଙ୍କ ପ୍ରବେଶ ହୋଇ ପାରେବୋଲି କୁହାଯାଇଛି ।

ଅନୁପ୍ରବେଶ ର ମୁଖ୍ୟ ମାଧ୍ୟମ ଏବେ ସମୁଦ୍ର ବା ଜଶପଥ ଦ୍ୱାରା ହୋଇପାରେ ବୋଲି କୁହାଯାଉଛି । ଘଟଣାକୁ ନେଇ ମତ୍ସ୍ୟଜାବୀଙ୍କୁ ନେଇ ସଚେତନ କରାଯାଇଉଛି । ବର୍ତ୍ତମାନ ମତ୍ସ୍ୟଜୀବୀ ମାନଙ୍କୁ ପ୍ରସିକ୍ଷଣ କରାଯାଉଛି। ମତ୍ସ୍ୟଜୀବୀ ସବୁବେଳେ ସଚେତନ ଅଛନ୍ତି ।  ଯେକୌଣସି ମୁହୁର୍ତ୍ତ ରେ କିଛି ବି ଘଟଣା ସେମାନଙ୍କ ନଜରକୁ ଆସେ ତେବେ ସେମାନେ ସାଙ୍ଗେ ସାଙ୍ଗେ ବୋଟ ମାଲିକ, ମତ୍ସ୍ୟ ବିଭାଗ ଓ କୋଷ୍ଟଗାର୍ଡ କୁ ଜଣାଇ ଦିଆଯିବ ବୋଲି ସିଫ୍ ନେଟ ମତ୍ସ୍ୟ ବିଭାଗ ଅଧିକାରୀ ଓ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପକ୍ଷରୁ କୁହାଯାଇଛି।

ସେହିପରି ବାଂଲାଦେଶର ଏହି ହିଂସାକାଣ୍ଡ ପରେ କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । କୋଲକତା ଢାକା ଏବଂ କୋଲକଚା ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ସପ୍ରେସ ଏବଂ ବନ୍ଧନ ଏକ୍ସପ୍ରେସ ଚଳାଚଳ ବନ୍ଦ କରାଯାଇଛି। କୋଲକାତାସ୍ଥିତ ଦକ୍ଷିଣ କୋଲକାତାରେ ଥିବା ପାର୍କ ସର୍କସ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବସ୍ ଓ ବିମାନ ଚଳାଚଳ ବି ସ୍ଥଗିତ ରହିଛି।

Get real time updates directly on you device, subscribe now.