ମୁକ-ବଧିରଙ୍କୁ ବି ଛାଡିଲେନି…ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ମୁକ-ବଧିର ନାବାଳିକାଙ୍କୁ ଦୁଷ୍କର୍ମ ।

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ନିଜର ମାନସିକତା ହରାଇ ବସୁଛି । ଉତ୍ତରପ୍ରଦେଶରୁ ଏପରି ଏକ ଖବର ଆସିଛି ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଜଣେ ୧୧ ବର୍ଷୀୟ ଦଳିତ ଝିଅକୁ ବଳାତ୍କାର କରିବାର ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି ।

ମୁକ ଏବଂ ବଧିର ପୀଡିତାଙ୍କୁ ଅଭିଯୁକ୍ତ ଜଣକ ତାଙ୍କ ନିଜ ଗାଁର ବାସିନ୍ଦା ଦାନ ସିଂହ ଜଙ୍ଗଲକୁ ନେଇ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଝିଅଟିର ମାଆ ଥାନାରେ ଅଭିଯୋଗ କରିବା ପରେ ରାମପୁର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ପୋଲିସ ଅଧୀକ୍ଷକ ବିଦ୍ୟା ସାଗର ମିଶ୍ରଙ୍କ ଅନୁଯାୟୀ, ଅଜ୍ଞାତ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତିନୋଟି ପୋଲିସ ଦଳ ଗଠନ କରାଯାଇଥିଲା। ଗିରଫ ପ୍ରୟାସ ସମୟରେ, ଅଭିଯୁକ୍ତ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା। ପୋଲିସର ପାଲଟା ଗୁଳିଚାଳନା ସମୟରେ ସେ ଆହତ ହୋଇଥିଲେ ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି କହିଛନ୍ତି ।

ପଚରାଉଚରା ସମୟରେ ହରପାଲ ସିଂହଙ୍କ ପୁଅ ଦାନ ସିଂହ ସ୍ୱୀକାର କରିଛି । ପୋଲିସ କହିଛି ଯେ ଇଲେକ୍ଟ୍ରୋନିକ୍ ପ୍ରମାଣ ଏବଂ ସିସିଟିଭି ଫୁଟେଜ ଦ୍ୱାରା ତାଙ୍କର ସମ୍ପୃକ୍ତି ପ୍ରମାଣିତ ହୋଇଛି, ଯେଉଁଥିରେ ସେ ପୀଡିତାଙ୍କୁ ସାଙ୍ଗରେ ନେଇଥିବା ଜଣାପଡିଛି । ତେବେ ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।