fbpx

ଝରାଫୁଲ ଡେଥ୍ ସସପେନ୍ସର ଗୁମର ଖୋଲିଲା: ଜଣାପଡ଼ିଲା କେମିତି କରାଯାଇଥିଲା ମର୍ଡର

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ପରଦା ହଟିଛି । ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଗିରଫ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା ଏସପି । ତେବେ ଏହି ଘଟଣା ପରଠାରୁ ଅମରେଶ ଫେରାର ଥିବାରୁ ତାଙ୍କୁ ଧରିବାକୁ ଯାଜପୁର ପୋଲିସ ପ୍ରୟାସ ଜାରି ରଖିଥିଲା । ଶେଷରେ ପୋଲିସ ସଫଳ ମଧ୍ୟ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଅମରେଶ ହିଁ ଗେଷ୍ଟ ହାଉସରେ ରଖିବାର ବ୍ୟବସ୍ଥା କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ ପାଇଁ ଫୋରେନସିକ୍ ବିଭାଗର ସାହାଯ୍ୟ ନିଆଯାଉଛି । ଆଉ ଜଣେ ଅଭିଯୁକ୍ତ ଶେଖରକୁ ଧରିବାକୁ ପୋଲିସ ଚଢ଼ାଉ ଜାରି ରଖିଛି । ଗତ ଜାନୁଆରୀ ମାସ ୨୬ରେ ଝରାଫୁଲଙ୍କ ମୃତ୍ୟୁ ପରେ ପରଦିନ ରାକେଶ ଓ ଅମରେଶ ଏକ ସ୍କୁଟରରେ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳର ରାସ୍ତାକଡ଼ରେ ମୃତଦେହକୁ ଫିଙ୍ଗି ଦେଇଥିଲେ ।

Get real time updates directly on you device, subscribe now.