ନୂଆଦିଲ୍ଲୀ: ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲ୍ ବାଜି ଜଣେ କ୍ରିକେଟରଙ୍କ ମୃତ୍ୟୁ ଘଟିଛି । ଏହି ବ୍ୟକ୍ତିଙ୍କ ନାମ ହେଉଛି ଜୟେଶ ସାୱଲା ଓ ତାଙ୍କ ବୟସ ୫୨ ବର୍ଷ । ଗତ ସୋମବାର ସକାଳେ ସେ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଟି ୨୦ ମ୍ୟାଚ୍ ଖେଳୁଥିଲେ । ଏହି ସମୟରେ ଅନ୍ୟ ମ୍ୟାଚ୍ର ବଲ୍ ଆସି ତାଙ୍କ କାନମୁଣ୍ଡାରେ ବାଜିଥିଲା ଓ ସେ ଟଳି ପଡିଥିଲେ । ମୁମ୍ବାଇର ଦାଦକର ପାର୍ସି କଲୋନୀ ଗ୍ରାଉଣ୍ଡରେ ଏହି ଅଘଟଣ ଘଟିଛି ।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଜୟେଶ ଫିଲ୍ଡି କରୁଥିବା ସମୟରେ ପଡିଆରେ ଅନ୍ୟ ଏକ ପିଚ୍ରୁ ବଲ୍ ଆସି ତାଙ୍କ କାନମୁଣ୍ଡାରେ ବାଜିଥିଲା । ସେ ସେଠାରେ ପଡିଯାଇଥିଲେ ଓ ତାଙ୍କୁ ତତକ୍ଷଣାତ୍ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ପଡିଆରେ ସେତେବେଳେ ୨ରୁ ଅଧିକ କ୍ରିକେଟ୍ ମ୍ୟାଚ୍ ଖେଳାଯାଉଥିଲା ।