fbpx

କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୪୮୦କୁ ବୃଦ୍ଧି

ନୂଆଦିଲ୍ଲୀ, ୧୮ା୪: ବିଶ୍ୱରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ଏହାର ପ୍ରଭାବ ଦେଶରେ ମଧ୍ୟ ପଡ଼ିଛି । ଭାରତରେ ବତ୍ତର୍ମାନ କରୋନା ମୃତ୍ୟୁ ସଂଖ୍ୟା ୪୮୦କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ୩୭୮ରେ ପହଞ୍ଚିଛି । କରୋନାରେ ଆକ୍ରାନ୍ତ ଥିବା୧୯୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୦୧ ମୃତ୍ୟୁବରଣ କରିଥିବା ବେଳେ ୩୩୨୩ଆକ୍ରାନ୍ତ ଅଛନ୍ତି । ମଧ୍ୟପ୍ରଦେଶରେ ୬୯, ଗୁଜୁରାଟରେ ୪୧ ଓ ଦିଲ୍ଲୀରେ ୪୨ଜଣଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ଆଜି ପ୍ରଥମ ଥର ଲାଗି ଭାରତୀୟ ନୌସେନାରେ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି । ଏକାଥରକେ ୨୦ଜଣ ନୌସୈନିକ ସଂକ୍ରମିତ ହୋଇଛନ୍ତି । ଆଇଏନଏସ ଆଙ୍ଗେରେ ଯବାନଙ୍କୁ ସଂକ୍ରମଣ ହୋଇଛି । ଏନେଇ ସମସ୍ତ ନୌସୈନିକ ଆଇଏନଏଚଏସ ଅଶ୍ୱିନୀକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.