fbpx

ସରକାରୀ କାମରେ ଅବହେଳା: ନିଶ୍ଚିତକୋଇଲରେ ମୃତ ବ୍ୟକ୍ତିଙ୍କୁ ମିଳୁଛି ଭତ୍ତା

ନିଶ୍ଚିନ୍ତକୋଇଲ, (ଓଡ଼ିଶା ଭାସ୍କର) : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ନିର୍ବାଚିତ ଲୋକ ପ୍ରତିନିଧି ବିଭାଗୀୟ ଅଧିକାରୀ କିପରି ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଇ ଆତ୍ମସାତ କରୁଛନ୍ତି, ତାହାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି । ଏହାର ତଦନ୍ତ ଦାବି ହୋଇଛି ।

ସୂଚନା ଅନୁସାରେ, ନିଶ୍ଚିନ୍ତକୋଇଲି ବ୍ଳକ ତରତଶାସନ ଗ୍ରାମପଞ୍ଚାୟତ ଦେବରାଳ ଗ୍ରାମର ଆକୁଳି ମହାନ୍ତି, ଉଦ୍ଧବ ସାହୁ, ତରତଶାସନ ଗ୍ରାମର ରାୟଗୁରୁ ପଦ୍ମଚରଣ ମହାପାତ୍ର ପ୍ରମୁଖ ବହୁ ବ୍ୟକ୍ତି ଦୀର୍ଘ ଦିନ ହେଲା ମୃତ୍ୟୁବରଣ କଲେଣି । ସମ୍ପୃକ୍ତ ବ୍ୟକ୍ତିମାନେ ମୃତ୍ୟୁବରଣ କରିଥିଲେ ମଧ୍ୟ ଦୀର୍ଘ ଦିନ ହେଲା ସେମାନଙ୍କ ନାମରେ ଭତ୍ତାଟଙ୍କା ଉଠାଯାଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହି ଭତ୍ତା ଟଙ୍କାକୁ ଯୋଜନାବଦ୍ଧଭାବେ ଆତ୍ମସାତ କରାଯାଇଥିôବାର ଅଭିଯୋଗ ହୋଇଛି । ସେହିପରି ଭାବେ ଏହି ପଞ୍ଚାୟତରେ ଆହୁରି ଅନେକ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତାଟଙ୍କା ଉଠାଯାଇଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି ହୋଇଛି । ତେବେ ପ୍ରଶାସନ ତରଫରୁ ଏହି ମୃତ ବ୍ୟକ୍ତିମାନଙ୍କ ନାମରେ କିପରି ଭତ୍ତା ଟଙ୍କା ଉଠାଗଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଏସମ୍ପର୍କରେ ଆମପ୍ରତିନିଧି ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ କର୍ଣ୍ଣଦେବ ସମାଦ୍ଦାରଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ।ତଦନ୍ତ ରିପୋର୍ଟ ହସ୍ତଗତ ହେଲେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.