ଗ୍ୟାସ ସିଲିଣ୍ଡରଠାରୁ କ୍ରେଡିଟ କାର୍ଡ ଏବଂ ଇନକମ ଟ୍ୟାକ୍ସ ପର୍ଯ୍ୟନ୍ତ, ଆଜିଠୁ ଲାଗୁ ହେଲା ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠୁ ୨୦୨୪ ବର୍ଷର ଶେଷ ମାସ ଆରମ୍ଭ । ପ୍ରତି ମାସରେ ଟଙ୍କା ସହ ଜଡିତ କିଛି ମାମଲା ପରିବର୍ତ୍ତନ ହୋଇଥାଏ । ଏହିପରି ପ୍ରଥମ ଡିସେମ୍ବରରୁ ମଧ୍ୟ କିଛି ପରିବର୍ତ୍ତନ ସ୍କାମ, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଏବଂ କ୍ରେଡିଟ କାର୍ଡ ସହ ଜଡିତ ନିୟମ ସାମିଲ ଅଛି । ଆସନ୍ତୁ ବିସ୍ତୃତ ଭାବେ ଜାଣିବା କେଉଁ ନିୟମ ପରିବର୍ତ୍ତନ ହୋଇଛି ।

କମର୍ଶିଆଲ ଏଲପିଜି ସିଲିଣ୍ଡର: ଇଣ୍ଡିଆନ ଅଏଲରୁ ମିଳିଥିବା ସୂଚନା ମୁତାବକ, ୧୯ କିଲୋ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୧୬.୫୦ ଟଙ୍କା ବୃଦ୍ଧି ଘଟିଛି । ୧୯ କିଲୋର କମର୍ଶିଆଲ ଏଲପିଜି ସିଲିଣ୍ଡର ବର୍ତ୍ତମାନ ଦିଲ୍ଲୀରେ ୧୮୧୮.୫୦ରେ ମିଳିବ । ଗତ ମାସ ନଭେମ୍ବରରେ ଏହି ସିଲିଣ୍ଡର ମୂଲ୍ୟରେ ୬୨ ଟଙ୍କା ବୃଦ୍ଧି ଘଟିଥିଲା । କୋଲକାତାରେ ବର୍ତ୍ତମାନ କମର୍ଶିଆଲ ଗ୍ୟାସ ସିଲିଣ୍ଡର ୧୯୨୭ ଟଙ୍କା ହୋଇଯାଇଥିଲା । ଏହି ଗ୍ୟାସ ସିଲିଣ୍ଡର ମୁମ୍ବାଇରେ ୧୭୭୧ ଏବଂ ଚେନ୍ନାଇରେ ୧୯୮୦.୫୦ ଟଙ୍କାରେ ମିଳୁଛି ।

ଇନକମ ଟ୍ୟାକ୍ସ ରିଟର୍ଣ୍ଣ: ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଆର୍ଥିକ ବର୍ଷ ୨୦୨୩-୨୪ ଆୟକର ରିଟର୍ଣ୍ଣ ଦାଖଲର ସମୟସୀମାକୁ ୧୫ ଦିନ ଆହୁରି ବଢାଇ ୧୫ ଡିସେମ୍ବର କରି ଦେଇଛି । ଆୟକର ଅଧିନିୟମ ୧୯୬୧ର ଧାରା ୧୩୯(୧) ଅନୁଯାୟୀ ରିଟର୍ଣ୍ଣ ପ୍ରସ୍ତୁତ କରିବାର ନିୟମ ତାରିଖ ଏପରି କରାଦାତା ମାମଲାରେ ୩୦ ନଭେମ୍ବର ଅଟେ, ଯାହାକୁ ଧାରା ୯୨ଇ ରେ ସନ୍ଦର୍ଭିତ ରିପୋର୍ଟ ଜାରି କରିବାର ଆବଶ୍ୟକତା ରହିଥାଏ । ବର୍ତ୍ତମାନ ଅନ୍ତର୍ଜାତୀୟ ବ୍ୟବସାୟ କରୁଥିବା କରଦାତାମାନଙ୍କ ପାଇଁ ଆୟକର ରିଟଣ୍‌ର୍ଣ ଦାଖଲ କରିବାର ସମୟସୀମା ବଢାଯାଇଛି ଏବଂ ସେମାନଙ୍କୁ ଧାରା ୯୨ଇ ଅନୁଯାୟୀ, ରିପୋର୍ଟ ପ୍ରସ୍ତୁତ କରିବା ଆବଶ୍ୟକ ଅଟେ ।

ଟ୍ରାଇର ନୂଆ ନିୟମ: ଟେଲିକମ୍ ରେଗୁଲେଟର ଟ୍ରାଇ ସ୍ପାମ କଲ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଟେଲିକମ କମ୍ପାନୀଗୁଡିକୁ ଏସଏମଏସର ଉତ୍ସ ସୁନିଶ୍ଚିତ କରିବା ସମ୍ବନ୍ଧୀୟ ନିର୍ଦ୍ଦେଶ ଜାରି କରିଛି । ଏହା ୧ ଡିସେମ୍ବରରୁ ଲାଗୁ ହୋଇଯାଇଛି । ବାର୍ତ୍ତା ପ୍ରୋରକଙ୍କ ପରିଚୟ ନିଶ୍ଚିତ କରିବାକୁ ଟ୍ରାଇ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଟ୍ରାଇ ସ୍ପାମ କଲ୍ ଏବଂ ମେସେଜ ଉପରେ ଲଗାମ ଲଗାଇବା ପାଇଁ ଏହି ନିର୍ଦ୍ଦେଶ ଜାରି କରିଛି ।

ଏସବିଆଇ କ୍ରେଡିଟ୍ କାର୍ଡ: କ୍ରେଡିଟ୍ କାର୍ଡ ୟୁଜର୍ସଙ୍କ ପାଇଁ ମଧ୍ୟ ୧ ଡିସେମ୍ବରରୁ ପରିବର୍ତ୍ତନ ହୋଇଛି । ଯଦି ଆପଣ ଡିଜିଟାଲ ଗେମିଙ୍ଗ ପ୍ଲାଟଫର୍ମ/ ମର୍ଚେଣ୍ଟ ସହ ଜଡିତ ଟ୍ରାଞ୍ଜାକ୍ସନ ପାଇଁ ଏସବିଆଇ କ୍ରେଡିଟ କାର୍ଡର ବ୍ୟବହାର କରୁଛନ୍ତି, ତେବେ ଆଜିଠୁ ଏଥିପାଇଁ ନୂଆ ନିୟମ ଲାଗୁ ହୋଇଯାଇଛି । ଏସବିଆଇ କାର୍ଡସରେ ଉପଲବ୍ଧ ସୂଚନା ଅନୁସାରେ, ୪୮ କ୍ରେଡିଟ କାର୍ଡସ ଡିଜିଟାଲ ଗେମିଂ ପ୍ଲାଟଫର୍ମ ଜଡିତ ଟ୍ରାଞ୍ଜାକ୍ସନ ଉପରେ ବର୍ତ୍ତମାନ ରିୱାର୍ଡ ପଏଣ୍ଟସ ଦେବ ନାହିଁ ।

ଫ୍ରୀ ଆଧାର ଅପଡେଟ: ଯଦି ଆପଣ ଆଧାର କାର୍ଡରେ ଫଟୋ-ଠିକଣା ଭଳି ଡିଟେଲ୍ସ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ୧୪ ଡିସେମ୍ବର ପର୍ଯ୍ୟନ୍ତ ଏପରି ଫ୍ରୀରେ କରିପାରିବେ । ଏହାପରେ ଆପଣଙ୍କୁ ଆଧାର କାର୍ଡ ଡିଟେଲ ଅପଡେଟ କରିବା ପାଇଁ ଟଙ୍କା ଦେବାକୁ ପଡିବ । ଆପଣ ମାଇଁ ଆଧାର ପୋର୍ଟାଲକୁ ଯାଇ ନିଜ ଆଧାର କାର୍ଡର ଡିଟେଲ ଅପଡେଟ କରିପାରିବେ ।