କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାକୁ ଲାଗି ରହିଥିବା ୨୪ ପ୍ରଗଣା ଜିଲାରେ ଜଣେ ନାବାଳିକାଙ୍କୁ ବଳାକ୍ରାର ଓ ହତ୍ୟା ମମଲାରେ କୋର୍ଟ ତ୍ୱରୀତ ରାୟ ଶୁଣାଇଛନ୍ତି । ମାତ୍ର ୬୨ ଦିନରେ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ଗୁରୁବାର ଜିଲା ନ୍ୟାୟାଳୟ ଜର୍ଜ ଶୁବ୍ରତ ଚଟୋପାଧ୍ୟାୟ ମାମଲାର ମୁଖ୍ୟ ଆରୋପୀକୁ ଦୋଷୀ ପ୍ରମାଣୀତ କରିଥିଲେ । ଏଥିସହ ଶୁକ୍ରବାର ଦିନ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତକରାଯାଇଛି ।
ଅକ୍ଟୋବର ମାସର ଘଟଣା । ଆର୍ ଜି କର ମେଡିକାଲ କଲେକ ଘଟଣାକୁ ନେଇ ଚାରିଅ।।ଡେ ହଙ୍ଗାମା ଲାଗି ରହିଥିଲା । ସେହି ସମୟରେ ନାବାଳିକାଙ୍କ ମୃତ୍ୟୁ ନେଇ ଦକ୍ଷିଣ ୨୪ ପ୍ରଗଣାରେ ମାମଲା ରୁଜୁ ହୋଇଥିଲା । ପୋଲିସର ଛାନଭିନ୍ ପରେ ମୃତାଙ୍କ ଦେହ ଯବତ କଲା ପୋଲିସ । ପୋଷ୍ଟମର୍ଟମ୍ ରିପୋର୍ଟରେ ନାବାଳିକାଙ୍କୁ ବଳାକ୍ରାର ପରେ ହତ୍ୟା ହୋଇଥିବା ଜଣାପଡ଼ିଲା । ପୋକସୋ ଅଧିନିୟମ ଆଧାରରେ ବଳାକ୍ରାରୀକୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏ ଘଟଣାରେ ପାଖାପାଖି ୩୬ ସାକ୍ଷୀ ଅଛନ୍ତି । କୋର୍ଟଙ୍କ ଫ÷ସଲା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି । ଏଥିସହ ବଳାକ୍ରାରୀକୁ ଉଚତ୍ ଦଣ୍ଡ ଏବଂ ପୀଡ଼ିତା ପରିବାରକୁ ନ୍ୟାୟ ମିଳିଥିବା ସେ ଏକ୍ସ ପୋଷ୍ଟ ଶେୟାର କରି କହିଛନ୍ତି । ମହିଳାଙ୍କ ଉପରେ ଅତ୍ୟାଚାରକୁ ରାଜ୍ୟ ସରକାର କେବେ ପ୍ରସୟ ଦେବେ ନାହିଁ ବୋଲି ସେ କହିଛନ୍ତି ।