fbpx

ରାଜ୍ୟର ୬୫୦ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆତ୍ମସୁରକ୍ଷା କ୍ଲବ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଆତ୍ମସୁରକ୍ଷା କ୍ଲବ ପ୍ରତିଷ୍ଠା କରାଯିବ । ରାଜ୍ୟର ୧୯୫ଟି ମହାବିଦ୍ୟାଳୟରେ ଗତ ଶିକ୍ଷା ବର୍ଷରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପାଇଁ ତାଲିମ ଦିଆଯାଉଛି । ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆତ୍ମସୁରକ୍ଷା କ୍ଲବକୁ ସମ୍ପ୍ରସାରଣ କରାଯିବ । ଏଥିପାଇଁ ୬୫୦ରୁ ଊଦ୍ଧ୍ୱର୍ ଶିକ୍ଷାନୁଷ୍ଠାନକୁ ଚିହ୍ନଟ କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ରାଜ୍ୟ ସରକାରଙ୍କର ଯୁବ ନୀତିରେ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ଦେବା ପାଇଁ ଏହି ବ୍ୟବସ୍ଥା ହୋଇଥିଲା ।

Get real time updates directly on you device, subscribe now.