fbpx

ଗୋଆରେ ୧୫ ଦିନ ପାଇଁ ଲାଗିଲା କରୋନା କର୍ଫ୍ୟୁ

ଗୋଆରେ ଦ୍ରୁତ ଗତିରେ ବଢିଚାଲିଛି କରୋନା ମହାମାରୀ । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୋଆରେ କରୋନା କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମେ’୯ ରୁ ୨୩ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ । ଏହି ସମୟ ମଧ୍ୟରେ ଚିକିତ୍ସା ସାମଗ୍ରୀ ସହିତ ଆବଶ୍ୟକ ସେବାଗୁଡିକ ଅନୁମତି ଦିଆଯିବ । ସକାଳ ୭ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ରାସନ ଦୋକାନ ଖୋଲିବ ।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ‘କର୍ଫ୍ୟୁ ସମୟରେ ମେଡିକାଲ ସପ୍ଲାଇ କାର୍ଯ୍ୟକ୍ଷମ ହେବ । ଏଥିସହ ଘରୋଇ ସାମଗ୍ରୀ ଦୋକାନ ସକାଳ ୭ ଟାରୁ ୧ ଟା ପର୍ଯ୍ୟନ୍ତ ଖୋଲିବ । ଏହା ବ୍ୟତୀତ ରେଷ୍ଟୁରାଣ୍ଟଗୁଡିକ ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଟେକ୍ୱେ ଅର୍ଡର ନେଇପାରିବେ ।’ ଖୁବ ଶୀଘ୍ର ଏ ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦେଶର ଅନ୍ୟ ସହରମାନଙ୍କ ପରି ବର୍ତ୍ତମାନ ଗୋଆରେ ବି ଦ୍ରୁତ ଗତିରେ କରୋନା ମାମଲା ବଢିବାରେ ଲାଗିଛି । ସପ୍ତାହ ଆରମ୍ଭରୁ ରାଜ୍ୟରେ ପ୍ରତିଦିନ ୩୦୦୦ ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ପଜିଟିଭିଟି ହାର ୫୨ ପ୍ରତିଶତରେ ପହଞ୍ଚିଛି ।

Get real time updates directly on you device, subscribe now.