fbpx

INDIA  ବୈଠକ ପୂର୍ବରୁ ଆମ ଆଦମୀ ପାର୍ଟିର ଦାବୀ, କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଗଲେ ବିଜେପି ପରାଜିତ ହେବ

ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ ପୂର୍ବରୁ ଆମ ଆଦମୀ ପାର୍ଟି ପକ୍ଷରୁ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଦାବୀ ରଖିଛନ୍ତି । ଆପର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା କକ୍କଡ କହିଛନ୍ତି ଆପର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଚୟନ କରାଯିବା ଉଚିତ । ସେ ଏହାକୁ ନେଇ ବହୁ ଦଲିଲ ବି ଉପସ୍ଥାପନ କରିଛନ୍ତି ଓ କହିଛନ୍ତି କେଜରିୱାଲ ପ୍ରଧାନମନ୍ତ୍ରୀ ହେବା ଦ୍ୱାରା ଦେଶରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିବ । ଏହା ବ୍ୟତିତ କେଜରିୱାଲ ସରକାରର ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ତାଙ୍କ ପାର୍ଟି ଚାହୁଁଛି କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ ।

ଏଏନଆଇ ସହ ଏକ ସାକ୍ଷାତକାରରେ ଆପର ପ୍ରବକ୍ତା ବହୁ ଉଦାହରଣ ଉପସ୍ଥାପନ କରିବା ସହ କହିଛନ୍ତି କେଜରିୱାଲ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏକ ଆହ୍ୱାନ ଭାବରେ ଉଭା ହୋଇଛନ୍ତି । ସେ କହିଛନ୍ତି ମୁଁ ଚାହୁଁଛି ଅରବିନ୍ଦ କେଜରିୱାଲ ହିଁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ । ସେ ଆହୁରି କହିଛନ୍ତି ସାରା ଦେଶରେ ମହଙ୍ଗା ମାଡରେ ଜନତା ଅତିଷ୍ଠ ହୋଇପଡିଥିବା ବେଳେ ଦିଲ୍ଲୀ ଏକ ରାଜ୍ୟ ଯେଉଁଠାରୁ ଦରବୃଦ୍ଧି ହାର ନିୟନ୍ତ୍ରଣରେ ରହିଛି । ଏଠାରେ ଲୋକଙ୍କୁ ମାଗଣାରେ ପାଣି ମିଳୁଛି, ମାଗଣାରେ ଭଲ ଶିକ୍ଷା ମିଳୁଛି, ମାଗଣାରେ ବିଜୁଳି ମିଳୁଛି । କେବଳ ଏତିକି ନୁହେଁ ମହିଳାଙ୍କୁ ମାଗଣାରେ ଯାତ୍ରା ଓ ବୟସ୍କଙ୍କୁ ମାଗଣାରେ ତୀର୍ଥଯାତ୍ରାର ସୁଯୋଗ ମିଳୁଛି । କେଜରିୱାଲ ଲଗାତର ଜନତାଙ୍କ ପ୍ରସଙ୍ଗକୁ ଉଠାଇଥାନ୍ତି । ସେ ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଏକ ଆହ୍ୱାନ ହୋଇ ଛିଡା ହୋଇଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥ ସମ୍ବଳିତ ମାମଲାରେ ସେ ସର୍ବଦା କେନ୍ଦ୍ର ସରକାରଙ୍କ ସାମ୍ନାରେ ଦୃଢ ଭାବରେ ନିଜର ମତ ଉପସ୍ଥାପନ କରି ଆସିଛନ୍ତି ।

 

Get real time updates directly on you device, subscribe now.